ଆମ ପ୍ରିୟ ଖେଳ
ଆମ ପ୍ରିୟ ଖେଳ
1 min
250
ଭାରତ ଆମର ଦେଶ ମହାନ
କ୍ରିକେଟରେ ରହିଛି ଏହାର ସୁନାମ
ପ୍ରିୟ ଖେଳ ଅଟେ ଏହା ସଭିଙ୍କର
ଖେଳାଳୀ ଥାଆନ୍ତି ଏଥିରେ ଏଗାର।
ଧୋନି, କୋହଲି, ତେନ୍ଦୁଲକର
ପସନ୍ଦ ଖେଳାଳୀ ଆମ ସଭିଙ୍କର।
ଗାଁ ଗଳିଠାରୁ ବଡ଼ ପଡ଼ିଆ
ସବୁଠାରେ କ୍ରିକେଟ ଲାଗେ ବଢ଼ିଆ।
ଆଇପିଏଲ ପାଇଁ ସଭିଏଁ ପାଗଳ
ଟିଭି ଆଗରେ ବସି ବିତିଯାଏ ବେଳ।
ଉଣେଇଶି ବିଶ୍ଵକପ ହେଉ ଭାରତର
ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା ଆମର।
