STORYMIRROR

PUSPALATA SAHOO

Others

4  

PUSPALATA SAHOO

Others

ନୁହେଁକେ ପର

ନୁହେଁକେ ପର

1 min
280

ଫୁଲଟିଏ ମୁହିଁ ଫୁଲଟିଏ

ରଙ୍ଗ ବେରଙ୍ଗର ଦେହଟି ମୋହର

ସଵୁରି ମନକୁ ମୋହିନୀଏ।।

ପର୍ବତ କନ୍ଦରେ ଫୁଟି ମୁଁ ବାସେ

ଲତା ଉହାଡ଼େ ଲୁଚି ଲୁଚି କା ଦିଶେ।।

ବନେ ଉପବନେ ମୋହରି ଘର

ମୋ ପାଇଁ ଧରଣୀ ଦିଶେ ସୁନ୍ଦର।।

ପରାଜପତି ଟି ସରାଗେ ବସେ

ଶୁଣ୍ଢରେ ତାହାର ମହୁକୁ ସୋଶେ।।

ପ୍ରିୟତମା ଗଭା ସଜାଏ ନେଇ

ରସିକ ପ୍ରେମିକ ବାଇ ତା ପାଇଁ।।

ନିରୀମଳ ରୂପ ଦେଖିଣ ମୋର

ପିଲା ଠୁଁ ବୁଢାଏ ସର୍ବେ ଅଧିର।।

ଫୁଲଦାନୀ ମଧ୍ୟେ ସଜେଇ ହୁଏ

ଦେବ ଦେବୀଙ୍କର ଶିରରେ ସୋହେ।।

ସଭିଙ୍କର ହୁଏ ମୁଁ ଦରକାରୀ

ସଞ୍ଜ ସକାଳ ରେ ଖୋଜା ପଡଇ।।

ଛୋଟ ହେଉ ଅବା ବଡ଼ ଆକାର

ସଵୁରି ପାଶେ ମୁଁ ପାଏ ଆଦର।।

ଅକାତରେ ମୋର ମହକ ବିତରେ

ଭାବେ ନାହିଁ କେବେ ଆପଣା ପର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍