Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

3  

Bikesh Sahu

Others

ବାପା

ବାପା

1 min
6.9K


ବାପା !

ତୁମେ ଅଛ ବୋଲି

ଆଜି ଗର୍ବରେ ଚାଲିପାରୁଛି ବାଟ

ମୁଣ୍ଡ ଟେକି ଦେଇପାରୁଛି

ମୋ ନିଜ ପରିଚୟ ।

ତୁମେ ତ ମୋ ଦମ୍ଭ

ମୋ ଅମାପ ଶକ୍ତି ଆଉ ବଳ

ତୁମେ ହିଁ ମୋ ସାହସ

ତୁମେ ଥିଲେ କାହାକୁ ବା ଡର ।

ତୁମେ ଅଛ ବୋଲି

ତ ମୁଁ ଅଛି

ଅଛି ବାପା ମୋରି ଅସ୍ତିତ୍ୱ

ମୁଁ ତ ତୁମରି ଅଂଶ

ତୁମ ଠାରୁ ତ ମୋର ସୃଷ୍ଟି

ମୁଁ ତ ତୁମ କଣିକାଟେ ମାତ୍ର ।

ଆସୁ ଯେତେ ଦୁଃଖ

ଅମାପ ଯନ୍ତ୍ରଣା ଦୁର୍ବିସହ

ତୁମେ ତ ମୋ ସୁରକ୍ଷାର କାନ୍ଥ

ନିଜେ ସବୁ ସହିଯାଅ

ଆଉ ମୋ ପାଇଁ

ତ ତୋଳି ଦିଅ

ସୁରକ୍ଷାର ଅଭେଦ୍ୟ ବଳୟ ।

ତୁମେ ଥିଲେ ବାପା

ଅଛି ମୋର ସବୁ କିଛି

ଯେତେ ଦୁଃଖ ସବୁ ଉଭେଇ ଯାଏ

ତୁମ ହାତ ଯେବେ

ଛୁଏଁ ମୋ ମସ୍ତକ

ଖେଳି ଯାଏ ମନେ ମୋର

ଅମାପ ଶକତି ।

ତୁମେ ତ ମୋ କଳ୍ପନାର

ସର୍ବୋଚ୍ଚ ପାହାଚ

ତୁମ ଠାରୁ ତ ମୁଁ ଶିଖିଛି

ବଞ୍ଚିବାର ପ୍ରତିଟି ବୀଜ ମନ୍ତ୍ର

ଜୀଇଁବାର ପ୍ରତିଟି ପନ୍ଥା

ତୁମେ ଅଛ ବୋଲି ତ

ମୁଁ ଆଜି ବଞ୍ଚିଛି

ଦୁନିଆରେ ପରିଚୟଟିଏ ନେଇ ।

ବାପା !ଲୋଡିବି ବା ଆଉ କ'ଣ

ସବୁ ତ ମୋ ପାଖରେ ଅଛି

ସ୍ନେହ ଅଛି ମମତା ଅଛି

ଅଛି ତ ସ୍ୱର୍ଗର ତାରା ଆଉ ଶଶୀ

ଅଛି ତ ମୋ ପାଖରେ

ଦୁନିଆର ସବୁ କିଛି

କାହିଁକି ନା ବାପା

ମୋ ସାଥିରେ ତୁମେ ଅଛ ବୋଲି.....।

@ବିକେଶ ସାହୁ


Rate this content
Log in