ଜୀବନ ଗୀତା-୧୪୧
ଜୀବନ ଗୀତା-୧୪୧
1 min
14K
ଜୀବନ ଗୀତା-୧୪୧
କାହାର ଜୀବନ ଲୁହର ଶ୍ରାବଣ
କାହାର ହସ ଫଗୁଣ
କାହାର ଜୀବନ ମରୁ ମରୀଚିକା
କାହାର ଗୋଲାପବଣ ॥୦॥
ମଧୁଝରା ହସ ଝରୁଥାଏ କା'ର
ଜୀବନସାରା
କୋହଭରା କା'ର ଜୀବନ କାହାଣୀ
କଥା ଅସରା
ଭଲପାଇବାରେ ଭିଜୁଥାଏ କିଏ
କାହାର ଜୀବନ ଏକ ଲମ୍ବାରାତି
ସ୍ୱପ୍ନହୀନ ପ୍ରେମହୀନ ॥୧॥
ପରିବର୍ତ୍ତନର ପରିଧିରେ ଘୂରି
ଭାଗ୍ୟ ବଦଳେ
ସୁରଭିତ ହୁଏ ଜୀବନର ପଥ
ସନ୍ତୋଷ ମିଳେ
ସମୟ ସାଥିରେ ସବୁତ ବଦଳେ
କାହାର ଯାତନା ରହେ ବେଶୀଦିନ
କାହାର ବା ଅଳ୍ପଦିନ ॥୨॥
***