STORYMIRROR

Subhasmita Mohanty

Others

3  

Subhasmita Mohanty

Others

ଧଳାରଙ୍ଗ

ଧଳାରଙ୍ଗ

1 min
185

ଧଳାରଙ୍ଗ ଅଟେ ଅତି ମନୋରମ

ସେ ଶାନ୍ତି ର ପରିଚୟ,

ଦେବା ଦେବୀ ଙ୍କର ଧଳା ପୁଷ୍ପ ଟିଏ

ସବୁ ପୁଷ୍ପ ମଧ୍ୟେ ପ୍ରିୟ।


ତ୍ରିରଙ୍ଗା ପତାକା ର ଧଳାରଙ୍ଗ ଟି

ମୁକ୍ତି, ମୈତ୍ରୀ ଶିଖାଏ,

ସ୍ୱଚ୍ଛତା,ଶୁଭ୍ରତା ଜଣାପଡ଼େ ସିନା

ସେ ରଙ୍ଗ ଯେ ପିନ୍ଧି ଥାଏ।


ପବିତ୍ରତା ଥାଏ ସେ ରଙ୍ଗ ରେ ପରା

ମନ କୁ କରେ ହରଷ,

ଦୁଃଖ ର ଚିହ୍ନ ବର୍ଣ୍ଣ ରହେ ନାହିଁ ଯେ

ଦେବତା କରନ୍ତି ବାସ।


ଚକ୍ଷୁ କୁ ସୁନ୍ଦର ଲାଗୁଥାଏ ପୁଣି

ହିଂସା ଭାବ ନଥାଏ ଯେ,

ଭାଇଚାରା ପ୍ରେମରେ ବାନ୍ଧି ରଖେ ଏ

ଧଳା ରଙ୍ଗ ମହତ୍ତ୍ଵ ଯେ।


Rate this content
Log in