STORYMIRROR

Raja Sekhar CH V

Others

4  

Raja Sekhar CH V

Others

ଅଭିଶ୍ୱୈତ୍ୟ ଅଭିରାମ

ଅଭିଶ୍ୱୈତ୍ୟ ଅଭିରାମ

1 min
1.0K


ଅଭିଶ୍ୱୈତ୍ୟ ଅଭିରାମ

ରଚନା : ଶ୍ରୀ ରାଜଶେଖର ସି 'ଚିମା'


ମହାରାଜା ଦଶରଥ ମାତା କୌଶଲ୍ୟାଙ୍କର ସୁପୁତ୍ର ହେଲେ ଶ୍ରୀରାମ,

ବ୍ରହ୍ମର୍ଷି ବଶିଷ୍ଠ ବିଶ୍ୱାମିତ୍ରଙ୍କର ବିଶିଷ୍ଟ ବିଦ୍ୟାର୍ଥୀ ହେଲେ ଶ୍ରୀରଘୁରାମ,

ରାବଣରାଜ୍ୟ ଲଙ୍କା ବିଜୟ କରି ଜାନକୀନାଥ ହେଲେ ଜୈତ୍ର ଜୟରାମ,

ଆମକୁ ଅବିରାମ ଆଶିଷ ଦେଇ କୋଦଣ୍ଡଧର ହେଲେ ଅଭିଶ୍ୱୈତ୍ୟ ଅଭିରାମ ।୧।



ଶ୍ରୀରଘୁନାଥଜୀଉଙ୍କ ପାଇଁ ପ୍ରସିଦ୍ଧ ହୋଇଛି ଓଡଗାଁ ପୁଣ୍ୟ ପ୍ରାଙ୍ଗଣ,

ତାଙ୍କ ସହ ଅଛନ୍ତି ସତୀ ସୀତା ରାମଭକ୍ତ ହନୁମାନ ଅନୁଜ ଲକ୍ଷ୍ମଣ,

ତାଙ୍କ ଓଜସ୍ଵିତା ତେଜସ୍ୱିତା ସ୍ମିତ ର ସମସ୍ତ ସୁବର୍ଣ୍ଣ ରେ ନାହିଁ ବଖାଣ,

କୌଶଳ କୌଶଳେୟ ନିଜ କୌଶଲ୍ୟ ରୁ ହେଲେ ଜନପ୍ରିୟ ପ୍ରାଣ |୨|



ଦାଶରଥିଙ୍କ ଜନନ ଜଣାଏ ଚୈତ୍ର ଶୁଦ୍ଧ ଶ୍ରୀରାମ ନବମୀ ର ପୂଜନୀୟ ପାର୍ବଣ,

ସମ୍ପୂର୍ଣ୍ଣ ଜୀବନେ କରିଲେ ଜ୍ଞାନ ନୀତି ଶାସ୍ତ୍ରବଚନ ର ଅନୁସରଣ ଆଚରଣ,

ବୈଶାଖ କୃଷ୍ଣ ଦଶମୀ ଦିନେ କରିଲେ ଅଯୋଧ୍ୟା ରାଜସିଂହାସନ ଆରୋହଣ,

ସେହି ଦିନେ ପୁରୀ ଜଗାକାଳିଆ ନିଅନ୍ତି ଶ୍ରୀରଘୁନାଥ ବେଶ ର ଅଳଙ୍କରଣ |୩|



ସଦା ସୁରମ୍ୟ ଯେ ଋଷି ବାଲ୍ମୀକି ସୁକୃତ ପ୍ରଣୀତ ରାମାୟଣ,

ଆଦିକବି ସାରଳା ଦାସ ଅବଦାନ କରିଲେ ବିଲଙ୍କା ରାମାୟଣ,

ପ୍ରଖ୍ୟାତ ଯେ କବି ବଳରାମ ଦାସଙ୍କ ଜଗମୋହନ ରାମାୟଣ,

ରାବଣଛାୟା ଜଣେଇଲା ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ।୪।



ମହାରାଜା ଧନଞ୍ଜୟ ଭଞ୍ଜ ଅଳଙ୍କୃତ କରିଲେ ରମ୍ୟ ରଘୁନାଥ ବିଳାସ,

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମଳଙ୍କୃତ କରିଲେ ବୈଦେହୀଶ ବିଳାସ,

ଶ୍ରୀରାମାୟଣ ଶ୍ରୀରାମକଥା ପ୍ରଦାନ କରେ ଆଧ୍ୟାତ୍ମିକ ବିକାସ ବିଳାସ,

ଔଡ୍ର ଔତ୍କଳୀ କବିଙ୍କ ଅସୀମିତ ଅନୁରକ୍ତି ସୃଜନଶକ୍ତି ର ହୁଏ ଆଭାସ । ୫।



ସର୍ବଦେବସ୍ତୁତ ଆନନ୍ଦିତ ଯେ ଶ୍ରୀସୀତାରାମଙ୍କ କଲ୍ୟାଣ,

ଅପରାଜେୟ ଯେ ସୂର୍ଯ୍ୟବଂଶୀ ସତ୍ୟବ୍ରତଙ୍କ ଦିବ୍ୟ ବାଣ,

ମର୍ଯ୍ୟାଦା ପୁରୁଷୋତ୍ତମ ହେଲେ ପରମପୂଜ୍ୟ ପରାୟଣ,

ପ୍ରାଣପ୍ରୟାଣ ପର୍ଯ୍ୟନ୍ତ କରିବା ଶ୍ରୀରାମାୟଣ ର ପାରାୟଣ |୬|


Rate this content
Log in