Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୮

ଜୀବନ ଗୀତା-୧୮

1 min
6.7K


 
 
 
ମୋ ଜୀବନରେ ତୁ ମୋ ମରଣରେ ତୁ
ତତେ ଛାଡି କୁଆଡେ ଯିବି ମୁଁ
ମତେ ଛାଡି କୁଆଡେ ଯିବୁ ତୁ ॥୦॥
 
ତୋବିନା ଜୀବନ ପାଲଟି ଯାଏ
ଶୁଖିଲା ନଈର ଘାଟ
ତତେ ପାଇଗଲେ ଜୀବନ ହସେ
ସତେ ପାରିଜାତ ହାଟ
ମୋ ଚେତନାରେ ତୁ
ମୋ ଭାବନାରେ ତୁ
ସତ କହ ପାଉଛୁ ଭଲ ତୁ
ତତେ ଖାଲି ପାଉଛି ଭଲ ମୁଁ ॥୧॥
 
ତୋବିନା ଅସହ୍ୟ ମଳୟ ବାଆ
ମଧୁମାଳତୀର ବାସ
ତତେ ପାଇଗଲେ ଜୀବନ ଲାଗେ
କାର୍ତିକ ପୂନେଇଁ ରାସ
ମୋ ନିଶ୍ୱାସରେ ତୁ
ମୋ ବିଶ୍ୱାସରେ ତୁ
ସତ କହ ମୋ ଦେହ ଛୁଇଁ ତୁ
ସାତ ଜନମ ପାଇଁ ସାଥୀ ତୁ ॥୨॥


Rate this content
Log in