ମାଟିଘଟ
ମାଟିଘଟ
1 min
6.4K
ପ୍ରେକ୍ଷୀତ ପ୍ରତିମୂର୍ତ୍ତୀରେ
ତମେ ଦୃଶ୍ୟ ହୁଅ ଯେମିତି,
ଦଶଦିଗ,ଶହଶ୍ର ଆଲୋକ ବର୍ଷ
ଭୂମଣ୍ଡଳୀୟ ପ୍ରତିକୃତୀରେ
ଉଦଗାରୀ ହେଉଥିବା ଆଗ୍ନେୟ
ବହି ଯାଉଛି କୋଉ ପାହାଡର
ହୃଦୟକୁ ଚିରି, ବିସ୍ତରୀ ବିସ୍ତରୀ ।
ଯେତେ ଦୂରକୁ ଯାଉଛ
ସେତେ ଯାତନାର ଚାବୁକ ପରି
ଅସ୍ପର୍ଶ ଆଘାତଟିଏ
ଦେହସାରା ଲେସି ହୋଇଯାଉଛି
ନରମ ଶେଜସାରା କଣ୍ଟା
କଣ୍ଟ ଦେଇ ଅପେକ୍ଷା କରିଛି ।
ଅଜଣାତରେ ସଂଘାତ ସଂଘର୍ଷ
ଦିନ ତାରିଖ ମାସ
ବର୍ଷ ପରେ ଶହଶ୍ର ଆଲୋକ ବର୍ଷ
ବିତି ଯାଏ,ବାଟ ଯେତେ ଫିଟୁଥାଏ
ନୂଆ ଏକ କବନ୍ଧ ସଦୃଶ୍ୟ ଭବିଷ୍ୟଟେ
ତମ ଆଗେ ନାଚୁଥାଏ ।
ମାଟିଘଟରୁ ମନ ସରେ
ମାଟିଘଟ ମାଟିରେ ମରେ
ତୁମେ ଆପେକ୍ଷିକ ଇଛାକୁ ଆପ୍ତ କରି
କଳାହାନ୍ତରେ କଳହାନ୍ତରିତା ପାଲଟୁଥାଅ
ମୁଁ ଓଲଟୁ ଥାଏ ମାଟିଘଟରୁ ଶୂନ୍ୟଘଟକୁ
ତମେ ଯୋଉ ଶୂନ୍ୟତାକୁ ମୁକ୍ତି ନୁହଁ
ମାୟା କହୁଥାଅ ।