ଆଗରେ
ଆଗରେ
ଆଗରେ
ବିଶାଳ ବାଲୁକା ରାଶି
ଶୁଭୁଛି ସମୁଦ୍ରର
ଘୋ ଘୋ ଗର୍ଜନ
ସ୍ଥାଣୁ ଶିଳାପରି ଦଣ୍ଡାୟମାନ
ଖୋଜୁଛି
କ'ଣ ଖୋଜୁଛି ?
ଏ ପ୍ରଶ୍ନ
ବିବ୍ରତ କରୁଛି
ବ୍ଯତିବ୍ଯସ୍ତ କରୁଛି
ସମୁଦ୍ରର କୂଳକୁ ଗଲି
ଦୂରରୁ ଅଶାନ୍ତ ଲହଡି
ମାଡି ଆସୁଛି
ସ୍ଥାଣୁ ମୁଁ
ଆଗକୁ ପାଦ ଯାଉନି
ପଛକୁ ବି ଫେରୁନି
ଲହଡି ପାଦ ଛୁଇଁ ସାରିଛି
ପୁଣି ଗୋଟେ
ବଡ ଲହଡି
ଏଥର ଦେହରେ
ବାଡେଇ ଫୋପାଡି ଦେଲା
ପ୍ରକୃତିସ୍ଥ ହେଲି
ହରେଇ ଚଳତଶକ୍ତିହୀନତା
ଫେରି ଆସିଲା
ତଥାପି ଦୃଷ୍ଟିଭଙ୍ଗିରେ
ପରିବର୍ତ୍ତନ ଆସୁନି
ଆସୁନି ସ୍ଥିରତା
ପଛକୁ ଅଳ୍ପ ଫେରିଲି
ଥପ କିନା ବାଲି ଉପରେ
ବସିପଡିଲି
ଅଶାନ୍ତ ସମୁଦ୍ର ବକ୍ଷକୁ
ଦୃଷ୍ଟି ନିକ୍ଷେପ କଲି
କିଛି ଶାମୁକା ସାଉଣ୍ଟିଲି
ଅନୁଭବର ଅଇନାରେ
ସମସ୍ତଙ୍କୁ ପରଖିଲି
ସବୁ ଶବ୍ଦ ଶବ୍ଦ ଲାଗିଲେ
ତାକୁ ଏକାଠି କଲି
ଆନନ୍ଦ ଆସିଲା
ଶବ୍ଦର ସମ୍ଭାରକୁ ଦେଖି
ଉଠିପଡିଲି
ଆଗକୁ ଚାଲିଲି
ସମୁଦ୍ର ମୁହାଁ
ଭାବର ତରଙ୍ଗ ରେ
ତରଙ୍ଗାୟିତ ହେଲି
ଭାବ ଆସିଗଲା
ଭାବର ତରଙ୍ଗରୁ
ଲହଡିଟା ଟାଣିନେଲା
ସମୁଦ୍ର ଭିତରକୁ
ଆଖି ବନ୍ଧ ହୋଇଗଲା
ଜ୍ଞାନର ସମୁଦ୍ରକୁ
ଅନୁଭବ କଲି
ଅପ୍ରତିସ୍ତ ପରିସ୍ଥିତିରେ
କୂଳରେ ପହଞ୍ଚି ଗଲି
ବାଲୁକା ରାଶିରେ ସ୍ବେଚ୍ଛାରେ
ତରଙ୍ଗ ଛାଡି ଦେଇଗଲେ
ସେଠିବି ଅନୁଭବ କଲି
ଜ୍ଞାନର ଗଙ୍ଗାକୁ
କୂଳରେ ବସିପଡିଲି
ନୀରବ ହୋଇ
ବ୍ଯାଗରୁ ଡାଏରି ଖୋଲିଲି
ଶବ୍ଦର ଶାମୁକାଟିଏ
ହାତରେ ଧରିଲି
ତରଙ୍ଗକୁ ଚାହିଲି
ଭାବ ଆସିଗଲା
ଅଥଳ ଗଭୀରତାକୁ
ଅନୁଭବ କଲି
ଜ୍ଞାନର ସଲୀଳଟିଏ
ପ୍ରବାହିତ ହେଲା
ହୃଦୟର ନିଭୃତ କୋଣରେ
ଭାଷାକୁ କିଛି ଦେଖିଥିଲି
ଏକାଠି ସଜାଇବାର
ଚେଷ୍ଟା କଲି
କ'ଣ ଦେଖୁଛି ମୁଁ ?
ବାରମ୍ବାର ଦେଖିଲି
ସତରେ ତ
କବିତାର
ଛୋଟିଆ ଛୋଟିଆ ପକ୍ତି
ବିଶ୍ୱାସ ଆସିଲାନି
ତା"ପରେ
ହଜିଗଲି ସେଇ
ଭାବ ସମୁଦ୍ରରେ
ଖୁଣ୍ଟି ଚାଲିଲି
ଶବ୍ଦର ଶାମୁକା ମାନଙ୍କୁ
ଗଳାର ହାର କରି
ପିନ୍ଧିବାର ଶପଥ ନେଇ
ଭାବର ତରଙ୍ଗକୁ
ଜାବୁଡି ଆତ୍ମୀୟତାର
ପରଶ ଦେଇ
ଆସ୍ତେ ଆସ୍ତେ
ନିବିଡ ହୋଇଗଲେ
ଜ୍ଞାନର ସମୁଦ୍ର
ଅସରନ୍ତି ବାଲୁକାରାଶି
ଉପଳମାନ
ପ୍ରେରଣାର ପ୍ରବାହ ମୋର
ଆଜିବି ହଜିଛି
ସେଇ ମାନଙ୍କ ଭିତରେ
ହଜୁଥିବି
ଭରୁଥିବି ଜୀବନର ପାତ୍ର
ଅବସୋସ ନାହିଁ
ଅପମାନ ନୁହେଁ
ଅସୀମ ସେ
ଧୈର୍ଯ୍ଯର ସମୁଦ୍ର।