ଜୀବନ ଗୀତା- ୧୫୪
ଜୀବନ ଗୀତା- ୧୫୪
1 min
6.8K
ଜୀବନ ଗୀତା- ୧୫୪
ଜୀବନରେ ଯେତେସବୁ
ବଂଧୁର ପଥ
ସମତୁଲ ହୋଇଯାଉ
ଜୀବନର ଯେତେସବୁ
ଅଂଧାର ପଥ
ଆଲୋକିତ ହୋଇଯାଉ ॥୦॥
ପ୍ରେମରେ ପ୍ରେମରେ ଭରୁ
ସବୁରି ହୃଦୟ
ମନରେ ହୁଅନ୍ତୁ ଜ୍ଞାନ-
ରବି ଯେ ଉଦୟ
ଦୁନିଆରେ ଯେତେସବୁ
ସୁନ୍ଦର କଥା
ଜୀବନକୁ ଘେରିଥାଉ ॥୧॥
ଓଠରେ ଓଠରେ ଫୁଟୁ
ମଧୁର ବଚନ
କରୁଣାରେ ଭରିଉଠୁ
ସବୁରି ନୟନ
ହୃଦୟରେ ଯେତେସବୁ
ସ୍ନେହଁ ମମତା
ଜୀବନକୁ ମିଳୁଥାଉ ॥୨॥