Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୬୯

ଜୀବନ ଗୀତା- ୬୯

1 min
6.6K


ଜୀବନ ଗୀତା- ୬୯
 
ଅମାପ ଅଭିମାନରେ ଭରା ଏ ଜୀବନ
ଅସୁମାରି ଅବସୋସ
ଅଗଣିତ ଦୀର୍ଘଶ୍ୱାସ
ଜୀବନଟା ଲାଗେ ଆଜି ଖାଲି ଅକାରଣ ॥୦॥
 
ପରିପୂର୍ଣ୍ଣ ଥିଲା ଦିନେ ମୋ ସଂସାର
ପଡିଗଲା ତହିଁ କାହାର ନଜର
ହେଲି ଘରଛଡା ଅଖୋଜା ଅଲୋଡା
ଜୀବନର ଲକ୍ଷ୍ୟ କିନ୍ତୁ ହେଲାନି ପୂରଣ ॥୧॥
 
ଅଣଲେଉଟା ମୁଁ ରୁକୁଣା ରଥରେ
ଏକାଏକା ଆଜି ଜୀବନ ପଥରେ
ପଛକୁ ଚାହିଁଲେ ନାହିଁ କେହି ଜଣେ
ଆଗରେ ଡାକୁଛି ଖାଲି ମତେ ତ ମରଣ ॥୨॥


Rate this content
Log in