ନିଜକୁ ଦେଖ
ନିଜକୁ ଦେଖ
1 min
6.3K
ତୁମ ଦୋଷ ଯଦି କେହି ବାଛୁଅଛି
ଆଣ ନାହିଁ ମନେ ରାଗ,
ତା ଦୋଷ ତ୍ରୁଟିକୁ ତର୍ଜ୍ଜମା ନ କରି
ତୁମେ କେତେ ଦୋଷୀ ଜଗ
ଯଦି ତୁମ ଦୋଷ ସତରେ ରହିଛି
ନିଜକୁ ସୁଧାରି ନିଅ,
ତୁମ ପାଇଁ ତାହା ଈଶ୍ଵରଙ୍କ ଦାନ
ଏହା ଅଟେ ନିଃସନ୍ଦେହ,
ତୁମ ଦୋଷ ଯଦି ଗ୍ରହଣ ନ କରି
ତା ଦୋଷ ତାକୁ କହିବ,
ସିଏ ସୁଧୁରୁ ବା ନ ସୁଧୁରୁ ହେଲେ
ତୁମ ଦୋଷ ରହିଥିବ
ଚିତ୍ତରଞ୍ଜନ ଲେଙ୍କା,କଟକ