Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୮୬

ଜୀବନ ଗୀତା-୩୮୬

1 min
93


ଜୀବନ ରାସ୍ତାର ଯେତେସବୁ

ଛୋଟବଡ ଖାଲଖମା

ଭରୁଭରୁ ଦିନ ସରିଯାଏ

ଜାଣିତ ହୁଏନି ଜମା ॥୦॥

ରାସ୍ତାର ଉପରେ ପଡେ ଯେତେ

ଅଙ୍କାବଙ୍କା ପାଦଚିହ୍ନ

ସମୟ ଲିଭାଇ ଦିଏସବୁ

ରହେନାହିଁ ଚିହ୍ନବର୍ଣ୍ଣ

କାଳର ବକ୍ଷରେ ରହିବାକୁ ହେଲେ

ସ୍ୱାକ୍ଷର ନିଜର ଲେଖିପୁଣି

କରିବାକୁ ହେବ ବୀମା ॥୧॥

ସମୟର ଆବର୍ତ୍ତରେ

ରାଜା ହୁଏ ଦିନେ ପ୍ରଜା

ଆଲୋକ ହୁଏ ଅନ୍ଧାର

ଶ୍ରଦ୍ଧା ହୁଅଇ ଅଶ୍ରଦ୍ଧା

ଅଢେଇ ଅକ୍ଷର ମାତ୍ର ଏ ପ୍ରେମର

ଅମର କରଇ ଜୀବନକୁ

ବଢାଇ ତା ପରିସୀମା ॥୨॥


Rate this content
Log in