Audio

Forum

Read

Contests

Language


Write

Sign in
Wohoo!,
Dear user,
ଯତି ବଚନ
ଯତି ବଚନ
★★★★★

© LAXMAN KUMAR BEHERA (ଯତି)

Inspirational

1 Minutes   6.7K    10


Content Ranking


ଜଗତ ଉଦ୍ଧାର ପାଇଁ

ତପୀ ତପ କରୁଥାଇ

ଭୋଗୀ ଦୁଃଖ କଷ୍ଟ ଯେ',

ମହୀରେ ମହାନ ଜାଣ

ଯେ' ସେବଇ ପର ପ୍ରାଣ

ନର୍କୁ ଉଦ୍ଧରିବ ଯେ' । ।। ୩୭ ।।


ଟଙ୍କା ପାଇଁ ହିଁ ଚାକିରି

କରୁଥିବେ ନରନାରୀ

କହେ କଳିଯୁଗ ଯେ',

ଜନ୍ମ ମୃତ୍ୟୁ ଏକା ସତ୍ୟ

ସାଧୁ ଜନେ ଦ୍ଯନ୍ତି ମତ

ଲବିର ଜମାନା ଯେ' । ।। ୩୮ ।।


ପର ନିନ୍ଦା ଯେହୁ ଚିନ୍ତେ

ଦୁଃଖ କଷ୍ଟେ ପ୍ରାଣ ବିତେ

କହେ କଳି କାଳ ଯେ',

ପଙ୍କରୁ ପଙ୍କଜ ଜାତ

ପଙ୍କଜ ରଖେ ମହତ

ଜୀବେ ଜାଣି ଥାଅ ଯେ' । ।। ୩୯ ।।


ବାବାଜୀ ଭିକ୍ଷୁକଗଣ

କରି ହରଣ ମାରଣ

ନାମ ଅରଜିବେ ଯେ',

ନ ଥିବ ମଧୁ ବଚନ

ହିଂସା ପାପ ଗର୍ବେ ଜାଣ

ପୃଥ୍ବୀ ହେବ ଲୀନ ଯେ' । ।। ୪୦ ।।



ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍ - ୭୬୮୧୦୮

ମୋ-୯୬୬୮୨୪୨୭୨୦

ଯତି ବଚନ ପଙ୍କ ଟଙ୍କା

Rate the content


Originality
Flow
Language
Cover design

Comments

Post


Some text some message..