Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2  

Bikesh Sahu

Others

କବି ତୁମେ

କବି ତୁମେ

1 min
6.5K


କବି ତୁମେ

ଭିନ୍ନ ଏକ ଦ୍ରଷ୍ଟା

ଭିନ୍ନ ଏକ ସ୍ରଷ୍ଟା ତୁମେ

ଭିନ୍ନ ତୁମ ବଞ୍ଚିବାର ରାସ୍ତା

ବୈଶାଖରେ ଦେଇପାର ବସନ୍ତର ଆଭା

ମେଘକୁ ବି ଦୂତ କରି ପଠାଅ ବାରତା ।


କବି ତୁମେ

ଭିନ୍ନ ଏକ ଶ୍ରୋତା

ଭିନ୍ନ ଏକ ବକ୍ତା

ଭିନ୍ନ ତୁମ କହିବାର ଭାଷା

ଭାବନା ରାଇଜେ ସଦା ଥାଅ ତୁମେ ବନ୍ଧା

କଲମରେ ଗଢ଼ ତୁମେ ଅମୃତ ଦୁନିଆ ।


କବି ତୁମେ

ଭିନ୍ନ ଏକ କର୍ତ୍ତା

ଭିନ୍ନ ଏକ ଆସ୍ଥା

ଭିନ୍ନ ତୁମ ଭାବ ପ୍ରବଣତା

ନିର୍ଜୀବେ କୁହାଇପାର ତୁମେ କଥା

କେବେ ପୁଣି ଦେଇପାର ଅପୂର୍ବ ଶାନ୍ତତା ।


ବିକେଶ ସାହୁ



Rate this content
Log in