Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୯

ଜୀବନ ଗୀତା-୨୯

1 min
6.4K


ଜୀବନ ଗୀତା 
 
ଅନ୍ତରଙ୍ଗ ଏଇ ଜୀବନ ପାଇଁକି
ଅତିବେଶୀ ଲୋଭ ହୁଏ
ମରଣ ତ ମହାସତ୍ୟ ଜୀବନରେ
ଜୀବନ ତ ମିଛ ଟିଏ ॥୦॥
 
ଯେତେ ସାବଧାନ ହେଇ ଚାଲିଲେ ବି
ଝୁଣ୍ଟିବାକୁ ହୁଏ ଥରେ
ପଡିଉଠି ପୁଣି ଚାଲିବାକୁ ହୁଏ
ଜୀବନର ପଥ ପରେ
କାହାର ପଥ ତ ସରଳରେଖାଟେ
ଅଙ୍କାବଙ୍କା କିଏ ଧାଏଁ ॥୧॥
 
ଉଠାପକା ଏଇ ଜୀବନ ରାସ୍ତାରେ
କେତେ ଢିପ କେତେ ଖାଲ
ଲୋଭନୀୟ ଏଇ ଜୀବନ ଯାତ୍ରାରେ
କେବେ କଣ୍ଟା କେବେ ଫୁଲ
ପ୍ରେମର ପଥରେ ଚାଲୁଚାଲୁ ଦିନେ
ଆରପାରି ଚାଲିଯାଏ ॥୨॥


Rate this content
Log in