ଜୀବନ ଗୀତା-୧୩୧
ଜୀବନ ଗୀତା-୧୩୧
1 min
12.9K
ଜୀବନ ଗୀତା-୧୩୧
(ଗାଳ୍ପିକ କୃପାସାଗର ସାହୁଙ୍କୁ ସମର୍ପିତ)
ଜୀବନର ସୁର କେବେ କୋମଳ
କେବେ ପୁଣି ସେ କରୁଣ
ଜୀବନର ରଙ୍ଗ କେବେ ସଫେଦ
କେବେ ପୁଣି ସେ ରଙ୍ଗିନ ॥୦॥
ଅନ୍ତରଙ୍ଗ ଏଇ ଜୀବନରଙ୍ଗ
କେତେ ଯେ ନୀଳ ନିବିଡ
ସାତସୁରେ ବନ୍ଧା ଜୀବନସୁର
ବନ୍ଧାଏ ପାଦେ ନିଗଡ
ଅବରୁଦ୍ଧ ଦେହ-ମନ-ହୃଦୟ
ତଥାପି ଚାଲେ ଜୀବନ ॥୧॥
ଅନାବିଳ ଏଇ ଜୀବନସୁର
କେତେ ଯେ ପାପପଙ୍କିଳ
ସାତରଙ୍ଗେ ଭରା ଜୀବନରଙ୍ଗ
ମନକୁ କରେ ଜଟିଳ
ଅବ୍ୟାହତ କିନ୍ତୁ ଜୀବନଧାରା
ଧାଉଁଥାଏ ରାତିଦିନ ॥୨॥