ଜୀବନ ଗୀତା- ୮୫
ଜୀବନ ଗୀତା- ୮୫
1 min
14.3K
ଜୀବନ ଗୀତା- ୮୫
ଜୀବନର ଶୂନ୍ୟତା
ନୁହେଁ ଶେଷକଥା
ଜୀବନର ପୂର୍ଣ୍ଣତା
ସିନା ଇତିକଥା ॥୦॥
ବଞ୍ଚିବାର ପ୍ରତିଶ୍ରୁତି ସବୁରି ଅନ୍ତରେ
ଭରିଦେଇ ପାରେ ଯିଏ ବଡ ସେ ସତରେ
ଜିଜୀବୀଷା ଶିଳାଲିପି
ହୃଦୟରେ ଲେଖି
ହରିନିଏ ସଭିଙ୍କର ଅନ୍ତରରୁ ବ୍ୟଥା ॥୧॥
ଉଜୁଡା ଜୀବନ ଯିଏ ପାରଇ ସଜାଡି
ଆଶିଷ ତା'ପରେ ପ୍ରଭୁ ଦିଅନ୍ତି ଅଜାଡି
ଧୂସର ପୃଥିବୀ ପରେ
ସବୁଜିମା ଭରେ
କାଳବକ୍ଷେ ସ୍ୱର୍ଣ୍ଣାକ୍ଷରେ ରହିଯାଏ କଥା ॥୨॥