Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

2  

Binaya Bhusan Panigrahi

Others

ଫାରୋ ଆଉ ଫେରିବେନି

ଫାରୋ ଆଉ ଫେରିବେନି

1 min
178


◆ ଫାରୋ ଆଉ ଫେରିବେନି◆

===============

ପିରାମିଡ କାନ୍ଥକୁ ଆଉଜି

ଅପେକ୍ଷା ରେ ବସିଛି ଯେ ବସିଛି ମୁଁ

ଭାରି ଗୋଟେ ବଡ଼ ଆଶାନେଇ

କେତେବେଳେ ଫଟେଇ ଦେଇ

ପିରାମିଡ ର ପଥର କାନ୍ଥକୁ

ବାହାରି ଆସିବେ ପଦାକୁ

କେହିଜଣେ ପରାକ୍ରମୀ ଫାରୋ

ପୁନର୍ଜନ୍ମ ପାଇ ,ମମି ରୁ ପୁନଶ୍ଚ

ଜୀବନ୍ତ ମଣିଷ ହେଇ।


ଯୁଗାନ୍ତର ବ୍ୟବଧାନ ପରେ

ଦୁନିଆ କୁ ଦେଖି ପୁନର୍ବାର

ଆତ୍ମହରା ହେବେ ଆନନ୍ଦରେ

ହସିହସି ବେଦମ ହେଲାପରେ

ରାଜକୀୟ ଚାହାଣୀରେ ଚାହିଁ

ଡାକିବେ ସେ ଜଣଜଣ କରି

ଅନୁଗତ ସେବକ ମାନଙ୍କୁ,

ସେମାନେ ବି ବାହାରି ଆସିବେ

ନିକଟସ୍ଥ ଛୋଟଛୋଟ

ପିରାମିଡ ର ଛାତି ଫାଡ଼ିଦେଇ

ଫାରୋଙ୍କର ଜୟଗାନ କରି,

ସଭିଙ୍କ ହାତରେ ଥିବ

କେତେକେତେ ଦୁର୍ମୂଲ୍ୟ ପଦାର୍ଥ

ଯାହାସବୁ ସଯତ୍ନେ ସାଇତି ଥିଲେ

ଫାରୋଙ୍କର ଆତ୍ମୀୟ ସ୍ଵଜନ

ପିରାମିଡ ଅଭ୍ୟନ୍ତରେ

ଆଜିର ଦିନରେ ତାଙ୍କ

କାର୍ଯ୍ୟରେ ଆସିବ ବୋଲି।


କାହିଁ, ଏଯାଏଁ ତ ଫେରିଲେନି ଫାରୋ !

ସତରେ କଣ ଫେରିବେନି ସିଏ?

ନା, ସେ ଆଉ ଫେରି ପାରିବେନି

ରାତି ଏବେ ପାହି ଆସିଲାଣି,

ପତଳା ହେଲାଣି ନିଦ

ଆଖିପତା ଖୋଲି ଆସିଲାଣି

ସ୍ୱପ୍ନ ଆଉ ଦେଖି ହେବନାହିଁ,

ମାନିନେବାକୁ ହେବ ମୋତେ

ଗୀତାର ସେ ଆପ୍ତବାକ୍ୟ,

"ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଦେବତା ହେଲେ ବି ମରଇ।"

ଆଉ, ଥରେ ଗଲେ ସେପାରିକୁ

କେହି କେବେ ଫେରି ଆସିବାର

ଗୋଟେ ବି ନଜୀର ନାହିଁ।।

====(ମିଟୁ)====

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପୀରହାଟ ବଜାର

ଭଦ୍ରକ,ଓଡିଶା-୭୫୬୧୩୧

ମୋ:୯୯୩୭୫୪୮୪୩୧

୯୪୩୮୬୭୦୧୨୦

-------------------

ପ୍ଲଟ୍ ନଂ-୩୪୨,ସେକ୍ଟର୍-୫

ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର

ଭୂବନେଶ୍ୱର-୭୫୧୦୨୧,ଓଡିଶା

==================.


Rate this content
Log in