ମାଟି ମାଆ
ମାଟି ମାଆ
1 min
6.3K
ସରଗ ପରି ଏ ଧରଣୀ
ସବୁଜ ବନାନୀ ଦେହ ପୁଣି
ଦେଖିଲେ ଆନନ୍ଦିତ ହୁଏ ମନ ମୋର
ନ ଖାଇଲେ ପୂରି ଯାଏ ପେଟ
ସବୁଜ ଦୃଶ୍ୟ ଧାନ କିଆରୀ
ଚାଷୀ ଭାଇ ଓଠରେ ହସ ଭରି
ନିଜ ଝାଳକୁ ରକ୍ତକରି
ବୃକ୍ଷରେ ଦିଏ ଯେ ପାଣି
ଦିନ ରାତି ପରିଶ୍ରମ କରି
ଆମମାନଙ୍କୁ ଦିଏ ଶସ୍ୟ ଅମଳ ପୁଣି
ମାଟି ମା ପାଇଁ ଆମର ଜନ୍ମ
ମାଟି ମା ଭପରେ ପ୍ରଥମ ପାଦଚିହ୍ନ
ଜନ୍ମଭୂମି ଆଉ ଚାଷୀମା କୁ ଭୁଲ ନାହିଁ କେବେ
ଭଲପାଉ ଥାଅ ଜୀବନର ଶେଷ ନିଶ୍ୱାସ ଯାଏ
ପ୍ରମିଳା ସାହୁ