Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

2  

Binaya Bhusan Panigrahi

Others

ସ୍ୱପ୍ନ ମୋ'ର ମାଟିମଗ୍ନ

ସ୍ୱପ୍ନ ମୋ'ର ମାଟିମଗ୍ନ

1 min
149


ଖଟିଖିଆ ମଣିଷଟେ ମୁଁ

ପାଞ୍ଚହାତି ମୃଣ୍ମୟର ମୂର୍ତ୍ତି 

ମାଟିର ପ୍ରୀତିରେ ବିଭୋର

ପ୍ରାରମ୍ଭରୁ ପରିଶେଷ ଯାଏଁ ।


ପ୍ରତ୍ୟେକ ଟି ସ୍ଵପ୍ନ ମୋର

ମାଟି ପରି ବାସେ ମହମହ

ସେଥିପାଇଁ ସେ ସବୁକୁ

ମାଟିପରେ ସଯତ୍ନେ ସାଇତି 

ପରମ ଶାନ୍ତିରେ ଶୁଏ ।


ଏକଥା ବି ସତ;

ପରଲଗା ପିମ୍ପୁଡି ମାନଙ୍କ ପରି

ମୋ'ର ସେଇ ସ୍ୱପ୍ନମାନେ 

ବେଳେ ବେଳେ ଡେଣା ଝାଡ଼ି

ଉଡିବାକୁ ଇଛା କରି

ଉଡ଼ନ୍ତି ଆକାଶରେ ଅଳ୍ପ ଉଚ୍ଚତାରେ

ତେବେ;

ଆଖି ତାଙ୍କ ଆକାଶ ଆଡ଼କୁ ନୁହେଁ

ମାଟିରେ ନିବଦ୍ଧ ଥାଏ

ଯେଉଁଠି ମୁଁ ଝାଳରେ ଭିଯାଇ ମାଟି

ସେମାନଙ୍କ ଦୁର୍ବଳ ଡେଣା ରେ

ଅହରହ ଶକ୍ତି ଭରୁଥାଏ ।।



Rate this content
Log in