ଜୀବନ ଗୀତା -୨୧୨
ଜୀବନ ଗୀତା -୨୧୨
1 min
13.2K
ଜୀବନ ଗୀତା -୨୧୨
ଗୀତା ଷଡ଼ଙ୍ଗୀ
ଛାତିତଳେ ଦୁକୁଦୁକୁ ଦୀପ ଆଲୋକ
ଜଳୁଥାଏ ଥରିଥରି ଜୀବନଯାକ ॥୦॥
ଆଞ୍ଜୁଳାଏ ସୁଖ, ମୁଠାଏ ମମତା
ଲୋଡା ଏଇ ଜୀବନରେ,
ଚିରୁଡାଏ ହସ, ଚେନାଏ ଦୁଃଖରେ
ଲୁହ ଭରେ ନୟନରେ,
ସୁଖରେ ଦୁଃଖରେ ଝରଝର ଝରେ
ଆଖିତଳେ ଘର କରି ଥାଏ ଲୋତକ ॥୧॥
ମଣିଷପଣିଆଁ ନୁହେଁ ଦି'ଦିନିଆ
ବ୍ରତ ସେ ତ ଜୀବନର,
ଛାତିତଳ କ୍ଷତ ପାଇଲେ ଆଘାତ
ବହିଯାଏ ରକ୍ତଝର,
ଅନ୍ୟର ହୃଦୟ କରଇ ଯେ ଜୟ
ସେହି ସିନା ଦୁନିଆରେ ଅସଲ ଲୋକ ॥୨॥
*****