ଜୀବନ ଗୀତା- ୯୫
ଜୀବନ ଗୀତା- ୯୫
1 min
6.7K
ଜୀବନ ଗୀତା- ୯୫
ଜୀବନ ମଞ୍ଚରେ ଅଭିନୟ ପାଇଁ
କେତେ ହୁଏ ଆୟୋଜନ
ପରଦା ଉଠିଲେ ଭଲ ଅବା ମନ୍ଦ
ହୋଇଥାଏ ନିରୂପଣ ॥୦॥
କିଏ ବା ନାୟକ କେ ଖଳନାୟକ
ଚରିତ୍ର ଯାଆନ୍ତି କରି
ଯାହାର ପ୍ରକୃତି ଯେମିତି ମିଳଇ
ଚରିତ୍ର ତ ସେହିପରି
ଜୀବନ ନାଟକେ ଅଭିନୟ ସର୍ବେ
କରିଯାନ୍ତି ଆଜୀବନ ॥୧॥
କିଏ ବା ଚାକର କେ ପୁଣି ଜୋକର
ଲୁହ ପିଇ ଖୁସି ବାଣ୍ଟେ
କିଏ ବା ନାୟିକା କେ ଖଳନାୟିକା
ପାରିବ ତାକୁ କେ ଆଣ୍ଟେ
ପରଦା ପଡିଲେ ଚରିତ୍ରର ଆଉ
ନଥାଏ ତ ପ୍ରୟୋଜନ ॥୨॥