Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naresh Kumar Behera

Others

3  

Naresh Kumar Behera

Others

ଭୁଲ

ଭୁଲ

1 min
6.8K


ମୁଁ ଯଦି ଭୁଲ, ମୋ ଜନ୍ମ ବି ଭୁଲ

ମୋ ବାତ୍ସଲ୍ୟ ବି ଭୁଲ, ମୋ ଶୈଶବ ବି ଭୁଲ ।

ଭୁଲ ଯଦି ସେହି ଏକା ଏକା ପ୍ରେମ

ଭୁଲ ବି ସେହି ଲୁଚକାଳି ଖେଳ ।


ଭୁଲ ଯଦି ସେହି ମେଘର ଚିତ୍ର

ଭୁଲ ବି ଓଦା ମାଟିର ଗନ୍ଧ

ଭୁଲ ଯଦି ସେହି ଆଖି ଚାହାଣି

ଭୁଲ ବି ସେହି ଓଠର ବାଣୀ ।

ସଜ୍ଞା ଦେଲ ଯେବେ, ମୁଁ ଜଣେ ଭୁଲ

ମୋ ଜୀବନ ବି ଭୁଲ, ମୋ ମୃତ୍ୟୁ ବି ଭୁଲ

ଗରିବ ଜନ୍ମ ବି ଭୁଲ, ମିଥ୍ୟା ହସ ବି ଭୁଲ

ଅଧା ସ୍ପର୍ଶ ବି ଭୁଲ, ପୂର୍ଣ୍ଣ ବସ୍ତ୍ର ବି ଭୁଲ ।


ମୋର ଅପେକ୍ଷା ବି ଭୁଲ

ମିଥ୍ୟା ଆଡମ୍ବନା ବି ଭୁଲ

ଭୁଲ ଯଦି ସବୁକିଛି,

ଠିକ ନ କରିବା ବି ଭୁଲ ।


ମୁଁ ଅଟେ ଭୁଲ, ସବୁ ଖିଆଲର ଭୁଲ

ଶୁଣି ଚାହିଁବାଟା ଭୁଲ, କହି ନ ପାରିବା ଭୁଲ

ମୁଁ ଅଟେ ଭୁଲ, ମୋ ଶରୀର ବି ଭୁଲ

ମୁଁ ଏକ ସ୍ଵପ୍ନ, ମୋତେ ଧରିବାଟା ଭୁଲ

ମୁଁ ଅଟେ ଭୁଲ, ମୋତେ ଧରିବାଟା ଭୁଲ ॥


Rate this content
Log in