ଜୀବନ ଗୀତା- ୧୬୩
ଜୀବନ ଗୀତା- ୧୬୩
1 min
12.9K
ଜୀବନ ଗୀତା- ୧୬୩
ଜୀବନ କେବେ ଶୋଷରେ ଆଉଟେ
କେବେପୁଣି ଜାଳେ ଭୋକ
ଦୁର୍ଦ୍ଦିନେ ହୁଏ ଦୁଃଖରେ କାତର
କବ୍ଜା କରିବସେ ଶୋକ ॥୦॥
ପ୍ରେମର ପୁଟରେ ଜୀବନ ରଂଗିନ
କେବେପୁଣି ମଳିଚିଆ
ପୁଣ୍ୟର ଦୀପରେ ଜୀବନ ଉଜ୍ଜଳ
କେବେପୁଣି ଅଂଧାରୁଆ
ଜୀବନ ଜଳେ ପବିତ୍ର ପାପରେ
କେବେପୁଣି ପୁଣ୍ୟଶ୍ଳୋକ ॥୧॥
ସତ୍ୟର ଆଭାରେ ଜୀବନ ସୁନ୍ଦର
କେବେପୁଣି ଅସୁନ୍ଦର
ଶାନ୍ତିର ଶକ୍ତିରେ ଜୀବନ ମଧୁର
କେବେପୁଣି କଦାକାର
ଜୀବନ ହସେ ସୂରୁଜ କିରଣେ
ଘୋଟେ ମେଘ ଆକସ୍ମିକ ॥୨॥