ଜୀବନ ଗୀତା- ୮୩
ଜୀବନ ଗୀତା- ୮୩
1 min
6.6K
ଜୀବନ ଗୀତା- ୮୩
ଜୀବନ ଉଆସ ମଧ୍ୟେ ଥାଇ
ବିଶ୍ୱାସର ବାତାୟନ ଦେଇ
ଯେବେଠୁଁ ମୁଁ ଦେଖିଲି
ଅପସରି ଗଲା ମାୟାଜାଲ
ସତକୁ ମୁଁ ଭେଟିଲି ॥୦॥
ସତ ରାମ ସତ ରହିମ
ମିଛର ଦାଣ୍ଡରେ ଧର୍ମର ନାମରେ
ଚାଲିଛି ଯେତେ ପାପକର୍ମ
ମିଛ ହାତ ଧରିଥିଲି ବୋଲି
ଜୀବନେ ମୁଁ ଠକିଲି ॥୧॥
ସତ୍ୟ ଶିବ ସତ୍ୟ ସୁନ୍ଦର
ମିଛ ଦୁନିଆର ମାୟା ଇନ୍ଦ୍ରଜାଲ
ପୃଥିବୀକୁ କଲା କାନ୍ତାର
ସତପଥେ ଚାଲିବାକୁ ନିତି
ଶପଥ ମୁଁ ତ କଲି ॥୨॥