କହିବି କାହାକୁ ଶୁଣିବ କିଏ
କହିବି କାହାକୁ ଶୁଣିବ କିଏ
କହିବି କାହାକୁ ଶୁଣିବ କିଏ ଆମ ସମାଜର କଥା ,
ଯେତେ ବି କହିଲେ ସରିବ ନାହିଁ ଆମ ସମାଜର ଗାଥା ।
ଜାତିପ୍ରଥା ଆମ ସମାଜର ମେରୁଦଣ୍ଡ ପରି ହୋଇଛି ଠିଆ ,
ଜାତିପ୍ରଥା ନାମେ ଚାରିଆଡ଼େ ଏବେ ଜଳୁଛି ହିଂସାର ନିଆଁ ।
ଗରିବ ଖାଉଛି ଏଠି ବାସୀ ତୋରାଣି ଗୋଟିଏ ଓଳିକ ପାଇଁ ,
ଧନୀ ଫୁଙ୍କଇ ଦାମୀ ସିଗାରେଟ ଧୂଆଁ ବହେ ସାଇଁ ସାଇଁ ।
ଧର୍ମ ନାମେ ଚାଲଇ ଏଠି ରାଜନେତାଙ୍କର ଗାଡ଼ି ,
ସୁଶାସନ ନାମେ ଏଠି ଯାଏ କୁଶାସନର ଗାଡ଼ି ମାଡ଼ି ।
ନାରୀ ସମାଜରେ ଆଜି ଦେଖ ହେଉଛି ପୀଡ଼ିତ ,
ଯେତେ ନେତା ଦେଖ ଆଜି ଅପରାଧରେ ଜଡ଼ିତ ।
କହିବି କାହାକୁ ଶୁଣିବ କିଏ ଆମ ସମାଜର କଥା ,
ଅପାଠୁଆ ରାଜନେତାଙ୍କ ଆଗେ ପାଠୁଆ ନୁଆନ୍ତି ମଥା ।
ଚାକିରୀ ନାଆରେ ଶିକ୍ଷ୍ୟବ୍ୟବସ୍ତା ଆଜି ଗଲାଣି ଭୁଶୁଡ଼ି ,
ଶିକ୍ଷିତ ସମାଜ ଆଜି ଚାକିରୀ ଆଶାରେ ଦିଅଇ ଖାଲି ରଡ଼ି ।
ଚାକିରୀ ଗଲାଣି ଚୁଲି ମୁଣ୍ଡକୁ ବହି ହେଲାଣି ଜାଳ ,
ଚାକିରିଆ ପୁଅ ଚାକିରିଆ ହୁଏ ଗରିବ ଧରେ ଭିକ୍ଷା ଥାଳ ।
ବିନା ଲାଞ୍ଚରେ ଚାକିରୀ ମିଳିବା ବାମନକୁ ଚାନ୍ଦ ମିଳିବା ସମ ,
ଛୋଟ ମୋଟ ଖଣ୍ଡେ ଚାକିରୀ ପାଇଁ ଗରିବଟେ କରେ ନୀଚ୍ଚ କାମ ।
ଶିକ୍ଷିତ ସମାଜ ଆଜି ଅଶିକ୍ଷିତ ହୁଏ ଦୁର୍ମୂଲ୍ୟ ଚାକିରି ଆଶାରେ ,
ବେକାରୀ ସମସ୍ୟା ବର୍ଦ୍ଧିତ ହୁଏ ଦେଶ ବୁଡେ଼ ଦେଖା ନିଶାରେ ।
କହିବି କାହାକୁ ଶୁଣିବ କିଏ ଆମ ସମାଜର କଥା ,
ଆଜିର ଏହି ଦୁଃଖୀ ସମାଜରେ କିଏ ଶୁଣିବ ଗରିବର ବ୍ୟଥା ।