Audio

Forum

Read

Contests

Language


Write

Sign in
Wohoo!,
Dear user,
ବରେଣ୍ୟ କବିକୂଳ
ବରେଣ୍ୟ କବିକୂଳ
★★★★★

© Arun Kumar Mitra

Others

1 Minutes   6.7K    5


Content Ranking

ହଜାର ସୂର୍ଯ୍ୟସମ ଜଳ ଜଳ ଉତ୍କଳ କବିକୂଳ

ଦୀପଶିଖା ସମ, ଦିଅ ଠାଇଁ ମୋତେ ହେଉବା ଅନୁଜ୍ଵଳ  ।

ଧନ୍ୟ ହେ ତବ ଲେଖନୀରୁ କେତେ ଝରିଅଛି ସୁନାରୁପା

ହୃଦୟ ମନରେ ଉଠିଅଛି ଝଡ ସବୁ କି ହେଇଛି ଛପା  ?

ପ୍ରକୃତି ପୁରୁଷ ବୃକ୍ଷ ପାହାଡ ପର୍ବତ ଅମ୍ବର

ବଣ ଜଙ୍ଗଲ ପଶୁ ପକ୍ଷୀ ଓ ନଦୀ ନାରୀ ମହାସାଗର  ।

କେତେ ପ୍ରେମକଥା ସକାମ, ନିଷ୍କାମ, ଝରଣାର ରୂପଛଟା

ବିଶ୍ଵଭୂବନ, ନାନା ଉପବନ, ପ୍ରେମର ଜୁଆର ଭଟ୍ଟା  ।

ତୁମମାନଙ୍କ ପାଦତଳେ ବସି ଧରିଛି ଲେଖନୀ ମୁହିଁ

ଯାହା ଲେଖିବାକୁ ଚାହିଁଲେ ଦେଖେ ମୁଁ ପୂର୍ବରୁ ରଚିତ ସେହି  ।

କିଛି ଉପାଦାନ ପାଉନି ମୁଁ ଖୋଜି ମନେ ଦିବାନିଶି ଦ୍ଵନ୍ଦ

କବିକୂଳ ମୋତେ ଦିଅ ହେ ଆଶିଷ ରଚିବାକୁ ନୂଆ ଛନ୍ଦ  ।

ବରେଣ୍ୟ କବିକୂଳ

Rate the content


Originality
Flow
Language
Cover design

Comments

Post


Some text some message..