Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

कार्त्तिक सेठी

Others

3  

कार्त्तिक सेठी

Others

ଉପବାସ

ଉପବାସ

1 min
538




'ଉପ' ଉପସର୍ଗେ ଉପବାସ ବୁଝ

ନିଜଠି ବାସ କରିବା

ଆତ୍ମ ଚେତନାର ପ୍ରଦୀପ ଜଳାଇ

ଜାଗର ବିଧି ପାଳିବା ।।


ଶରୀର ଅଧୀନ ଜୀବଟି ଆମର

ତାକୁ ଯେ ଭୁଲି ନ ଯିବା

କିଞ୍ଚିତ ଆହାର ଦେଇ ଏ ଦିବସେ

ପ୍ରାଣବନ୍ତ କରିଦେବା ।।


ଆଳସ୍ୟ ହଜିବ ସ୍ଵଳ୍ପ ଭୋଜନରେ

ପୁଲକ ଶରୀରେ ଦେଖ

ଧ୍ୟାନ, ଜପ,ତପ ପଦ ସ୍ମରଣ ରେ

ସଫଳ ହୋଇବ ବ୍ରତ ।।


ପୂର୍ଣ୍ଣ ଅଭୁକ୍ତିରେ ଅମ୍ଳ କ୍ଷରଣ ତ

ଶରୀର ପାଇଁ ଅହିତ

ଶରୀର ରହିଲେ ଧ୍ୟାନ ଯେ ସମ୍ଭବ

ଏ କଥା ନୁହଁ କି ସତ ??



Rate this content
Log in