ଜୀବନ ଗୀତା-୪୧୩
ଜୀବନ ଗୀତା-୪୧୩
1 min
102
ଜୀବନର ପକ୍ଷୀ ସବୁ ମେଳିବାଂଧି
ଆକାଶରେ ଉଡୁଥାଏ
ଉଡୁଉଡୁ ପୁଣିକେବେ ଗୋଟେ ପକ୍ଷୀ
ବହୁଦୂର ଚାଲିଯାଏ ॥୦॥
ଯେତେ ଉଚ୍ଚତାକୁ ଛୁଇଁଲେବି
ଝୁରିହୁଏ ସାଂଗସାଥୀ
ଏକୁଟିଆ ହୋଇ ମନଦୁଃଖେ
ବିତୁଥାଏ ଦିନରାତି
ନିଃସଗଂତା କେବେ ଛାଡେନାହିଁ ପିଛା
ସଦା ଜାଳି ମାରୁଥାଏ ॥୧॥
ସାରା ଆକାଶକୁ ପାଇଲେବି
ମନେପଡେ ତାର ମାଟି
ମାଟିମାଆ ସାଥେ ବିତିଥିବା
ସମୟ ଅସଲ ଖାଣ୍ଟି
ପିଲାବେଳ କଥା ମନେପଡି ସବୁ
କୋହ ଖାଲି ଉଠୁଥାଏ ॥୨॥