ଜୀବନ ଗୀତା - ୨୧୯
ଜୀବନ ଗୀତା - ୨୧୯
1 min
13.1K
ଜୀବନ ଗୀତା - ୨୧୯
ଗୀତା ଷଡ଼ଙ୍ଗୀ
ଜୀବନର ସ୍ୱପ୍ନ କେତେ
ଇଡିହୋଇଯାଏ
ଧରାଦିଏନାହିଁ ମୋଟେ,
ସପନ ପଛରେ ମନ
ଧାଉଁଧାଉଁ ଦିନେ
ଚାନ୍ଦ ପାଇଯାଏ ହାତେ ॥୦॥
ମଲ୍ଲୀ ଫୁଲର ମହକ
କାଠଚମ୍ପାର କୁହୁକ
ହୃଦୟକୁ ହାଣୁଥାଏ,
ନିତିନିତି ସପନରେ
ଛୁଇଁଦେଇ ଗଲାପରେ
ମନଟା କରତିହୁଏ,
ଦୀର୍ଘଶ୍ୱାସ ଉଠି କେତେ
ଛାତିକୁ ଥରାଏ
କାହାକୁ କରିବ ପ୍ରତେ ॥୧॥
ସପନ ଖାଲି ସପନ
ଆଖିକୁ କରେ ଆଚ୍ଛନ୍ନ
ବାସ୍ତବ ହୁଏନା କେବେ,
ବଢିବଢି ଯାଏ ଦୁଃଖ
ସପନ ଟିକକ ସୁଖ
ଏକାଏକା ଅନୁଭବେ,
ଶେଷେ ଏକ ବର୍ଷାରାତେ
ମିଳିଯାଏ ତା'ର
ଘରର ଠିକଣା ସତେ ॥୨॥
*****