ଜୀବନ ଗୀତା-୧୬୫
ଜୀବନ ଗୀତା-୧୬୫
1 min
13.4K
ଜୀବନ ଗୀତା-୧୬୫
ଗୀତା ଷଡ଼ଙ୍ଗୀ
ଜୀବନର ମଙ୍ଗଳ ବେଦୀରେ
ଶୁଭଶଙ୍ଖ ବଜାଇଲା କିଏ
ତାରୁଣ୍ୟର କଅଁଳ ମନରେ
ଆଜି ଚଞ୍ଚଳତା ଖେଳିଯାଏ ॥୦॥
ସେ କେଉଁ ହୃଦୟ ଡାକ
ଭେଦିଲା ଅନ୍ତରଯାକ
ଅଥୟ ଏ ମନ ଆଜି
ପାଏନା ତ କା'ରେ ଖୋଜି
ନିଶୀଥର ନିରବ ବେଳାରେ
ସପନରେ ଆସି ନିତି ଛୁଏଁ ॥୧॥
ଅମଡ଼ା ପଥରେ ଥରେ
ପଶିବାକୁ ମନ ଡରେ
ତଥାପି ସେ ନିମନ୍ତ୍ରଣ
ଏଡ଼ାଇବା ତ କଠିନ
ସେଇକଥା ଦିନରାତି ଭାବି
ମନ-ଆତ୍ମା ଯେ ଉଦାସ ହୁଏ ॥୨॥
*****