STORYMIRROR

कार्त्तिक सेठी

Others

3  

कार्त्तिक सेठी

Others

ଜୟ ରେବତୀରମଣ

ଜୟ ରେବତୀରମଣ

1 min
557


ରେବତୀ ରମଣ ଘେନ ମୋ'ଜଣାଣ

ବାରେ ଦିଅ ଦରଶନ

ପ୍ରଥମ ପ୍ରକାଶ ହରି ଆଦ୍ୟ ଅଂଶ

ତ୍ରେତୟା ବାବୁ ଲକ୍ଷ୍ମଣ ।।୧


କୁରୁମଣି ଗୁରୁ କାମ କଳ୍ପତରୁ

ରୂପର ତୁଳନା ନାହିଁ

ଶ୍ଵେତାଙ୍ଗ ସୁନ୍ଦର ପ୍ରଭୁ ନୀଳାମ୍ଵର

ହଳଧର ଗୁଣଗ୍ରାହୀ ।।୨


ନମୋ ଗଦାଧର ହଳପାଣି ସୁର

ନଭଶ୍ଚୁମ୍ଵୀ ତୁମ ଗିର

ପ୍ରଳମ୍ଭ ମାରିଲ ମୁଷ୍ଟିକ ବଧିଲ

ବଧିଲ ଧେନୁକାସୁର ।।୩


ତାଳଧ୍ଵଜ ରଥେ ଚାଲ ଅଗ୍ରପଥେ

ଗୁଣ୍ଡିଚା ଯାତରେ ନାଥ

ଭାଇ ଭଗ୍ନୀ ମେଳେ ଖେଳ ଭକ୍ତ କୋଳେ

ଘଣ୍ଟ ତାଳେ ଶୁଣ ଗୀତ ।।୪


ରୋହିଣୀ ତନୟ ଜୟ ଜୟ ଜୟ

ଅଭୟ ବର ଗୋ ଦିଅ

ପାଦ ପଖାଳିବା ଅଯୋଗ୍ୟ ମୁଁ ତୁମ

ଦାସ ର ଦାସ କରାଅ ।।୫


-ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ, ବାଲେଶ୍ଵର

ଦୂରଭାଷ: ୬୨୮୧୬୯୫୮୯୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍