କାଳିଆ ଠାକୁର
କାଳିଆ ଠାକୁର
1 min
6.8K
ଭାବ ବିନିମୟ ଠାକୁର ସିଏ ଲୋ
ଭାବରେ ବାନ୍ଧିଛି ସାରା ଜଗତକୁ
ବାଇଶି ପାହାଚେ ପାଦ ଦେଲେ ରଖି
ସାତ ଜନ୍ମ ପାପ ଯାଏ ଦୂରେଇ
ଆହାଃ କି ସୁନ୍ଦର ମୋ କାଳିଆଠାକୁର
ଦେଖି ଦେଲେ ପୂରି ଯାଏ ପେଟ
ତାହାର ବଡ଼ଦାଣ୍ଡର ଧୂଳି
ଲାଗେ ମତେ ଚନ୍ଦନ ପରି
ଷାଠିଏ ପଉଠି ଭୋଗଟି ତାର ଲୋ
ଅତି ସୁନ୍ଦର ମୋ କାଳିଆ ଠାକୁର
ଆହାଃ କି ମଧୁର ତାର ଅବଢା
ଟିକେରେ ପୂରିଯାଏ ପେଟ ପରା
ଭାବ ବିନିମୟ ଠାକୁର ସିଏ ଲୋ
ଭାବରେ ବୁଝେ ଭକ୍ତର ମନକୁ
ତାହା ପାଇଁ ଚାଲେ ଏ ଜଗତ
ସିଏ ଆଉ କିଏ ନୁହେଁ କାଳିଆ ଠାକୁର ଲୋ......
ପ୍ରମିଳା ସାହୁ