Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

375  

Chittaranjan Lenka

Others

ସୁଖ ଓ ଦୁଃଖ

ସୁଖ ଓ ଦୁଃଖ

1 min
568


ସୁଖ ଏମିତିକା     ଲୋଭ ଆରେ ଭାଇ

ଯା ପାଇଁ ସର୍ବେ ଆତୁର

ଅଧିକ ଲୋଭରେ       ସମାପ୍ତ ଘଟଇ

ବାସ୍ତବ ସୁଖ ଭଣ୍ଡାର

 

ଦୁଃଖ ଏମିତିକା    କାଳ ଆରେ ଭାଇ

ଭୟରେ କମ୍ପେ ହୃଦୟ

ଅଧିକ ଅଧୀର          ସହଜେ କରଇ

ସୁଖ ଶାନ୍ତିର ବିଲୟ

 

ଅଧୈର୍ଯ୍ୟ ହୁଅନି       ବିପଦରେ କେହି

ନାଚନି ସୁଖ କାଳରେ

ଦୁଃଖ ସୁଖ ଭାଇ       ନଇ ଧାର ଦୁଇ

ସ୍ନାନ କର ଆନନ୍ଦରେ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in