ଜୀବନ ଗୀତା- ୫୮
ଜୀବନ ଗୀତା- ୫୮
1 min
6.8K
ଜୀବନ ଗୀତା
ନାଉରିଆ ଆରେ ନାଉରିଆ
ନଈରେ ମେଲିଛୁ ତୁ ନଉକା
ତୋ ଜୀବନର ସିଏ ଜୀବିକା
ବାହିଯା' ବାହିଯା' ନଉକା ବାହିଯା' ॥୦॥
ଆମ ଜୀବନ ନଉକା ମଙ୍ଗ ଯାହା ହାତରେ
ଚଲାଏ ସେ ଧୀରେଧୀରେ ନଉକାକୁ ମିତରେ
ତୋ ପରି ସିଏ ପକ୍କା ନାବିକ
ଖଟୁଛି ସେ ରାତିଦିନଯାକ
ଭାସିଯା' ଭାସିଯା' ନଉକା ଭାସିଯା' ॥୧॥
ପବନ ବହୁଛି ଧୀରେ ଶାନ୍ତ ନଈ ଲହରୀ
ଝଡ ଆସିଗଲେ ହୁଏ ଉତ୍ତାଳ ତା' ଭଉଁରି
ତୋ ପରି ସିଏ ତ ଖେଳୁଆଡ
ବହୁ ପବନ କି ଆସୁ ଝଡ
ଟାଣିଥା' ଟାଣିଥା' ଅଝାଲ ଟାଣିଥା' ॥୨॥