ଜୀବନ ଗୀତା-୧୮୬
ଜୀବନ ଗୀତା-୧୮୬
1 min
7.0K
ଜୀବନର କଞ୍ଚାମାଟିରେ
ବୀଜଟିଏ ପୋତିଦେଲେ
ଉପଯୁକ୍ତ ପରିବେଶରେ
ଦୁଇପତ୍ର ସିଏ ମେଲେ ॥୦॥
ସ୍ନେହ ମମତାର ମିଠାପାଣି
ନିତିଦିନ ଢାଳୁଥିଲେ
ଛୋଟ ଚାରାଟିରୁ ଧୀରେଧୀରେ
ନିତି ବଢିବଢି ଚାଲେ
ସବୁଜ ପତରର ଆଶା
ମୃଦୁ ପବନରେ ଝୁଲେ ॥୧॥
କେତେ ଫୁଲଫଳ ଭରିଯାଏ
ଗଛକୁ ନୁଆଁଇ ଦିଏ
ଗୁଣିଜନ ଯିଏ ନଇଁପଡେ
ଶାସ୍ତ୍ରର ବଚନ ଇଏ
ମୂର୍ଖ ହେବେନାହିଁ ସମାନ
କେବେହେଲେ ତାର ତୁଲେ ॥୨॥