ଫୁଲ
ଫୁଲ
1 min
884
ସକାଳ ପାହିଲେ ଫୁଲ ସେ ଜାଣେ ନା
ଯିବ ସିଏ କେଉଁ ଠାରେ
ଠାକୁର ମନ୍ଦିରେ ପୁଜା ପାଇଁ ଯିବ
ଆବା ଯିବ ମଶାଣୀ ରେ (1)
ଅବା ପ୍ରେମିକାର ଗଭାର ସମ୍ଭାର
ହୋଇ ବଢାଇବ ମାନ
ପ୍ରେମିକ ହାତରୁ ପୁଷ୍ପଗୁଛ ନେଇ
ଭାଙ୍ଗିବ ସେ ଆଭିମାନ (2)
କେବେସେ ସାଜିବ ଫୁଲ ମାଳ ହୋଇ
ପ୍ରିୟ ନେତାଙ୍କ ଗଳାରେ
କେବେ ସେ ପଡିବ ତ୍ରିରଙ୍ଗାରେ ଢଙ୍କା
ମୃତ ସୈନିକ ଉପରେ (3)
ଫୁଲ ଠାରୁ ଶିଖ ଖୁସିରେ ବଞ୍ଚିବା
ସବୁ ଦୁଃଖ ସୁଖ ଭୁଲି
ନିଜ ମନ ଭାବ ନିଜେ ହିଁ ସମ୍ଭାଳ
ବାହାର କଥା କୁ ଭୁଲି (4)