Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରୟାସ - ନୂଆ ଏକ ଜୀବନର
ପ୍ରୟାସ - ନୂଆ ଏକ ଜୀବନର
★★★★★

© Sasmita Acharya

Others

1 Minutes   6.6K    8


Content Ranking

ଆସ

ଆଉ ଥରେ ଗଢିବା

ନୂଆ ସଂପର୍କଟିଏ,

ଲିଭେଇବା ଆଗରୁ ସେ ବିଶ୍ଵାସର ପ୍ରଦୀପଟିକୁ

ହାତ ମିଳେଇବା ପୁଣି ଥରେ ବନ୍ଧୁତାର ଭାବନାରେ ||

ଅଜଣା ହୋଇଯିବା ସେଇ କିଛି ଆବିଳତା ପୂର୍ଣ୍ଣ ସ୍ଵାର୍ଥ ସଂପର୍କ ପାଖରୁ ,

ବଦଳାଇ ଦେବା ସେଇ ମାନ ଅଭିମାନର ପରିଚୟକୁ ||

ଯଦି ପୁଣି ଥରେ ଭେଟ ହୁଏ

ଏଇ ଜଣା ଅଜଣା ସଂସାର ବାଟରେ

ଆଉ ଥରେ ଯୋଡି ହେବା ନୂତନ ବନ୍ଧନର ସୂତାଖିଅରେ,

ଯୋଉଠି ଥିବ ଖାଲି ବିଶ୍ଵାସ ସ୍ନେହ ପ୍ରେମ

ନ ଥିବ କିଛି ଅବିଶ୍ଵାସ ପ୍ରାପ୍ତି ଅପ୍ରାପ୍ତିର ଅବଶୋଶ

ପ୍ରୟାସ କରିବା ନୂଆ ଏକ ଜୀବନ ପାଇଁ ବାନ୍ଧି ହୋଇ

ବନ୍ଧୁତାର ଅଛିଣ୍ଡା ଡୋରୀରେ ||

ଆସ ସଂପର୍କ ପ୍ରଦୀପ

Rate the content


Originality
Flow
Language
Cover design

Comments

Post

Some text some message..