ଜୀବନ ଗୀତା- ୫୨
ଜୀବନ ଗୀତା- ୫୨
1 min
6.8K
ଜୀବନ ଗୀତା
ଆଲୋକିତ ଅନ୍ଧାରରେ ହଜିଛି ଜୀବନ
ନିଜଠାରୁ ନିଜର ବଢିଛି ବ୍ୟବଧାନ ॥୦॥
ନିଜକୁ ଖୋଜିଖୋଜି ଧନ୍ଦିହେଉଛି ଆଜି
ଉଠିଯାଇଛି ଆସ୍ଥା ଭାଗ୍ୟଉପରୁ ତା'ର
ମରିଯାଇଛି ବିଶ୍ୱାସ ଘୋଟିଛି ଅନ୍ଧାର
ଥରୁଟିଏ କରିନି ବିଶ୍ୱାସେ ଗଙ୍ଗାସ୍ନାନ ॥୧॥
ସ୍ୱପ୍ନରେ ଝଲମଲ ବାସ୍ତବ କଲବଲ
ଖୋଲିଯାଇଛି କେତେ ନିଷିଦ୍ଧ ରୁଦ୍ଧଦ୍ୱାର
ଭାଙ୍ଗିଯାଇଛି କେତେ ଯେ ନିଗୂଢ ପ୍ରାଚୀର
ସରିନାହିଁ ତଥାପି ଆତ୍ମlର ନିର୍ବାସନ ॥୨॥