Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ବଡଦାଣ୍ଡ

ବଡଦାଣ୍ଡ

1 min
676



ତୋର ବଡ ଦାଣ୍ଡ ଧୂଳି ଟିକେ ପାଇଁ

କେତେ ଦୂରୁ ଭକ୍ତ ଆସୁଛନ୍ତି ଧାଁଇ l


ଆଜି ତୋର ଦାଣ୍ଡେ ଏତେ ଲମ୍ବା ଧାଡି.....

ଜନ ସମୁଦ୍ରର ସ୍ରୋତ ଆସେ ମାଡି l


ଏ ଚର୍ମ ନେତ୍ରରେ ଦେଖିବୁ ସତେଟି

ତୋର ବଡ ଦାଣ୍ଡେ ରଥ ଯାତରାଟି l


ମନଲୋଭା ତୋର ସୁନ୍ଦର ପହଣ୍ଡି

ଦୂରରୁ ଝଟକେ ତୁମର ଚାହାଣି l


ଟାହିୟା ହଲାଇ କାହାକୁ ଡ଼ାକୁଛୁ

ନାଲି ଅଧରରେ ହସିବି ଦେଉଛୁ l


ତୋ ରଥ ଯାତରା ଜଗତେ ପ୍ରସିଦ୍ଧ

ତିନି ରଥ ଗଡେ କରିଣ ଶବଦ l


ଭାଇ ଭଉଣୀକୁ ସଙ୍ଗରେ ଧରି

ସାରା ବିଶ୍ୱକୁ ଏକାଠି କରି l


ନଟନାଗର ତୁ ନାଟ ଲଗାଇଛୁ

ଚକା ଆଖିରେ ତୁ କୀ ଲୀଳା କରୁଛୁ l


କେତେ ଜନ୍ମର ପୂଣ୍ୟ କରିଥିଲି

ତୋର ବଡ଼ ଦାଣ୍ଡେ ରଥ ମୁଁ ଦେଖିଲି l


ତୋ ପାଖରେ ବାଛବିଚାର ଯେ ନାହିଁ

ଜାତି ଧର୍ମ ସବୁ ଏକାକାର ହୋଇ l


ଭାଇଚାରା ଭାବେ ରଥ ଯେ ଟାଣନ୍ତି

ତୋ ପ୍ରେମ ଡୋରିରେ ବାନ୍ଧି ହୋଇଯାନ୍ତି l


ରାଗ ହିଂସା ଦ୍ୱେଷ ସବୁ ଭୁଲିଯାଇ

ସାରା ବିଶ୍ୱକୁ ଏକାଠି କରାଇ l


ଶାନ୍ତି ମୈତ୍ରୀ ପ୍ରୀତି ଅହିଁସାର ବାଣୀ

ଜଗତବାସୀଙ୍କୁ ଜଣାଇଥାନ୍ତି l


ସୁକାନ୍ତି ହୋତା

ତାଳଚେର


Rate this content
Log in