Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhubanananda Adhikari

Others

3  

Bhubanananda Adhikari

Others

ଆସିଲା ଆଷାଢ଼ ମାସ (ରଥଯାତ୍ରା ଭଜନ)

ଆସିଲା ଆଷାଢ଼ ମାସ (ରଥଯାତ୍ରା ଭଜନ)

1 min
6.9K


ଆସିଲା ଆଷାଢ଼ ମାସ

ରେ ମନୁଆ

ଆସିଲା ଆଷାଢ଼ ମାସ

ମନଟା ମୋହର ହେଲାଣି ଉଚ୍ଛନ୍ନ

ଦେଖିବାକୁ ନନ୍ଦିଘୋଷ

ରେ ମନୁଆ

ଦେଖିବାକୁ ନନ୍ଦିଘୋଷ


ଟାହିଆ ହଲେଇ ଦେହକୁ ଝୁଲେଇ ଆସୁଥିବ କଳାଦିଅଁ

ଭକତ ଭିଡ଼ରେ ଭୋକରେ ଶୋଷରେ ଶୁଖିଥିବ ତାର ମୁହଁ

ତା ନୟନ ଦେଖି ଗଡ଼େଇବୁ ଲୁହ

ମେଣ୍ଟିଯିବ ତାର ଶୋଷ

ରେ ମନୁଆ...

ଆସିଲା ଆଷାଢ଼ ମାସ।


ଭିଡ଼ିବୁ ଟାଣିବୁ ତା ରଥ ଦଉଡି ସାଆନ୍ତ ସାଆନ୍ତ କହି

ରଥ ଗଡ଼ିଗଲେ ଖୋଲିଯିବ ତୋର ମୁକତିର ଦ୍ୱାର ଭାଇ

ଶରଧା ବାଲିକୁ ଦେହରେ ବୋଳିବୁ

ଉଭେଇବ ଦୁଃଖ କ୍ଳେଶ

ରେ ମନୁଆ...

ଆସିଲା ଆଷାଢ଼ ମାସ।


ଭୁବନାନନ୍ଦ ଅଧିକାରୀ


Rate this content
Log in