ନୀଳ ଉର୍ମିମାଳ।
ନୀଳ ଉର୍ମିମାଳ।
ଅଥଳ ନୀଳ ସାଗର ମଧ୍ୟରୁ
ଲହଡ଼ି ଆସୁଛି ମାଡ଼ି
ନୀଳ ଊର୍ମିମାଳା ତରଙ୍ଗାୟିତ
ଲଂଘୁଚି ଦରିଆ ପାଢ଼ୀ ।
କେତେ ସୁନ୍ଦର ମନୋରମ ଢେଉ
ଝଟକୁଛି ହିରା ପରି
ଜନ ମାନଙ୍କର ମନ ମୋହି ନେଇ
ଡାକୁଅଛି ହାତଠାରି ।
ଆସ ଆସ ଜନ ମୋହରି କୋଳରେ
କୋଳେଇ ତୁମକୁ ନେବି
ମୋହରି ବୁକୁର ଅଥଳ ଗର୍ଭରୁ
ଅସରନ୍ତି ମୁକ୍ତା ଦେବି।
ବହୁ ମୂଲ୍ୟବାନ ଅମୂଲ୍ୟ ସମ୍ପଦ
ଜାତି ଜାତି ମଣି ମୁକ୍ତା
ମାଛର ସମ୍ଭାର ଲବଣ ର ଘର
ଦେବି କେତେ ଶଙ୍ଖ ଶାମୁକା ।
ଦରିଆ ଭିତରେ କୈବର୍ତ୍ତର ଘର
ଯାଉଛି ଜୀବିକା ପାଇଁ
ନୌକାର ଘରେ ଗୀତ ଗାଇ ଗାଇ
ଯାଉଛି ଆନନ୍ଦ ହୋଇ ।
ଜୁଆର ଭଟ୍ଟା କୁ ନାହିଁ ତାର ଡର
ଦରିଆ ତାର ଭାରି ଆପଣାର
ସେ ବହନ କରିଛି କୈବର୍ତ୍ତ ଭାଇର
ଜୀବିକାର ସଂସାର ।
ଦରିଆର ଏହି ଆକର୍ଷଣ ଦୃଶେ
ହଜି ଯାଉଅଛି କବି
କାଗଜ କଲମ ଧରି ବସିଲାଣି
ଆଙ୍କି ଦେବ ତାର ଛବି ।।
ଏହି କବିତା ଟି ଏକ ସନେଟ
କିନ୍ତୁ space ନ ହେବାରୁ ଏମିତି ଲେଖିଲି
ଅମ୍ବିକା ସ୍ୱାଇଁ