Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ପୁଅ ବସାରେ ବାପ

ପୁଅ ବସାରେ ବାପ

1 min
6.6K


ବାପା ଆସିଲେ ପୁଅ ବସାକୁ ବୁଲିବା ପାଇଁ ଥରେ

ନାତି ନାତୁଣୀ ବୋହୁମା’ ପୁଅ ରହନ୍ତି ବସାରେ  ।

ହପ୍ତା ଗୋଟେ ଯିବା ପରେ ବୁଢା ହେଲେ ଗମ୍ଭୀର

ସବୁବେଳେ ଫୁଲା ମୁଁହରେ ବସି ରହନ୍ତି ସ୍ଥିର  ।

ପୁଅ ବୋହୁଙ୍କ ଭକ୍ତି ଶ୍ରଦ୍ଧା ସେବାର ନାହିଁ ତ୍ରୁଟି

ତଥାପି ଗାଁ’କୁ ଫେରିବେ ବୁଢା, ହେଲେଣି ଛାଟିପିଟି  ।

ବୟସ ତାଙ୍କ ଛୁଇଁଲା ଅଶି, ଆଖିର ଦୃଷ୍ଟି ଅଳ୍ପ

କାନରେ ସିଏ ଶୁଣନ୍ତି କମ୍, କରନ୍ତି କମ୍ ଗଳ୍ପ  ।

ମଝିରେ ମଝିରେ ଦେଖନ୍ତି ସିଏ ତାଙ୍କର ନିଜ ପୁଅ

ଗଳ୍ପେ ବିଭୋର ପାଖରେ ବସାଇ ଅଷ୍ଟାଦଶୀ ସେ ଝିଅ  ।

ବୁଢାକୁ ଦେଖି ଲୁଚିକି ଝିଅ କୁଆଡ଼େ ଗଲା ସେଠୁ

ପରକ୍ଷଣେ ବୋହୁମା’ ଆସି ବସଇ ମୋଡ଼ି ଆଣ୍ଠୁ  ।

ରାଗିକି ଦିନେ କହିଲେ ବୁଢା, ନାହିଁ ପୁଅ ତୋର ଲାଜ

ଥିବା ସତ୍ତ୍ୱେ ସୁନ୍ଦରୀ ସ୍ତ୍ରୀ ଚଲାଇଛୁ ଗୋଟେ ରାଜ  ।

ଦୁଶ୍ଚରିତ୍ର ପରଝିଅରେ ମଜିଲାଣି ତୋ ମନ

ବୋହୁମା’ ତୁମେ କିଛି ଦେଖୁନା, ମୋଟେ ଦିଅ ନାହିଁ ଧ୍ୟାନ  ।

ପୁଅ ହସିକି କହିଲା ବାପା, ଅସଲ କଥା ଶୁଣ

ଯାହା ଦେଖୁଛ ମୋ ଦୋଷ ନାହିଁ, ତୁମ ବୋହୁମା’ର ଗୁଣ  ।

ତୁମେ ଯାହାକୁ ଝିଅ ଦେଖୁଛ, ସେ ଆଉ ନୁହେଁ କେହି

ଆଧୁନିକ ପୋଷାକ ପିନ୍ଧି ବୋହୁମା’ ତୁମର ସେହି  ।

ତୁମକୁ ଦେଖି ଲୁଚି ଯାଇକି ନାଇଟି ଛାଡ଼ି ଶାଢୀ

ସଂଗେ ସଂଗେ ଚାଲାକି କରି ରୂପ ଦିଏ ବଦଳି  ।

ବାପା ହସିକି କହିଲେ ପୁଅ ଆଖି ଗଲାଣି ମୋର

ପୁଅ କହିଲା ତୁମ ଦୋଷ ନାହିଁ, ଦୋଷ ହେଲା ନାଇଟିର  ।


Rate this content
Log in