Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

3  

Bikesh Sahu

Others

ସ୍ଵପ୍ନଟିଏ

ସ୍ଵପ୍ନଟିଏ

1 min
6.7K


ସତରେ କେତେ ନିଆରା ସେ

ଅସମ୍ଭବକୁ ମଧ୍ୟ ଦେଇପାରେ ସେ

କ୍ଷଣିକ ପାଇଁ ବାସ୍ତବର ରୂପଟିଏ ।

ଗ୍ରୀଷ୍ମ ଝାଞ୍ଜିର ରାତ୍ରିରେ ବି ଦେଇପାରେ ସେ

ବସନ୍ତର ଶୀତଳତା

ତନୁ ମନରେ ଆଣିଦେଇ ପାରେ

ଅପୂର୍ବ ଶିହରଣଟେ ।

କେତେବେଳେ ସଜେଇ ଦିଏ

ପରୀ ରାଇଜର ରାଜକୁମାର ରୂପେ

ତ କେବେ ଆଙ୍କି ଦେଇ ଯାଏ

ସ୍ୱର୍ଗର ଅପୂର୍ବ ଶୋଭାର ଚିତ୍ରଟିଏ ।

କେବେ ମନ ରାଇଜର ରାଣୀ ସାଜି

ଅସ୍ପଷ୍ଟ ସ୍ୱରରେ କହିଯାଏ

ସେଇ ଅତୀତର ଅଭୁଲା କାହାଣୀଟିଏ ।

ତ କେତେବେଳେ ଏ ହୃଦୟ ଗ୍ରନ୍ଥ ଗାରରେ

ସାଇତି ଦେଇଯାଏ ସେଇ

ଅତୀତର ଅଭୁଲା ସ୍ମୃତିଟିଏ ।

କିଏ କହିଲା ସ୍ଵପ୍ନ ବୃଥା

ଦଗ୍ଧ ପ୍ରାଣରେ ଦେଇପାରେ ଶୀତଳତା

ବଞ୍ଚି ରହି ଆଗକୁ ବଢିବାକୁ

ପ୍ରେରିତ କରୁଥିବା

ଅଖଣ୍ଡ ଆଶାର ପ୍ରଦୀପ ଟିଏ ।

ସେ ତ ସ୍ଵପ୍ନଟିଏ...


Rate this content
Log in