ଜୀବନ ଗୀତା-୧୫୧
ଜୀବନ ଗୀତା-୧୫୧
1 min
13.4K
ଜୀବନ ଗୀତା-୧୫୧
ଗୀତା ଷଡ଼ଙ୍ଗୀ
ଜୀବନ-ସଞ୍ଜରେ ପୃଥିବୀ-ମଞ୍ଚରେ
ଦେଖାହେଲା ତା'ର ସାଥେ (ଶ୍ୟାମଳୀ ଦାସ),
ପଚାରିଲି ମୁହିଁ, ମତେ ଭୁଲିଯାଇ
ପାଇଲ ଗୋ ସୁଖ କେତେ ॥୦॥
ଛଳନାର ହସ ଓଠରେ ଫୁଟାଇ
କହିଲା ସେ ଭଲ ଅଛି,
ତା କଥାରେ ଖାଲି ଏତିକି କହିଲି
ବେଦନାର ଗାର ଆଖିରେ ତୁମର
ତଥାପି ଦେଖିପାରୁଛି,
ସିଏ କିଛି ନୁହେଁ, ବୟସର ଦାଗ
ବୋଲି କହିଲା ସେ ମତେ ॥୧॥
ଦରଦୀ ମୋ ହୃଦ ତରଳିଯାଉଛି
ଆଜି ବି ତାହାରି ପାଇଁ,
ଭୁଲିପାରିନାହିଁ କେବେ ତାକୁ ମୁହିଁ
ଜାଣିଲା ପରେ ବି ମୋ ପାଇଁ ତା ହୃଦେ
ଦରଦ ଟିକିଏ ନାହିଁ,
ତଥାପି ସେ ମୋର ପ୍ରଥମ ପ୍ରେୟସୀ
କେମିତି ଭୁଲିବି ସତେ ॥୨॥
*****