ଜୀବନ ଗୀତା-୨୪୫
ଜୀବନ ଗୀତା-୨୪୫
1 min
6.2K
ଜୀବନ ବୈଚିତ୍ରମୟ
କରିଦିଏ ବିମୋହିତ
ଅପୂର୍ବ ତା ରୂପକାନ୍ତି
ଛଳଛଳ ପ୍ରାଣବନ୍ତ ॥୦॥
ଘଟଣା ବହୁଳ ଅଟେ ଜୀବନ
କରିଥାଏ ସଭିଙ୍କୁ ଆକର୍ଷଣ
କେବେ ସେ ଗମ୍ଭୀର
କେବେ ସେ ମୁଖର
ଚିତ୍ତ ଉଲ୍ଲାସକ କେବେ
କରେ ବିସ୍ମୟାଭିଭୂତ ॥୧॥
ରାଗାନୁରାଗର ଛବିଳ ପଦ
ନୂଆ ବୋତଲରେ ପୁରୁଣା ମଦ
କେବେ ସଂପୂର୍ଣ୍ଣ କେବେ ଅପୂର୍ଣ୍ଣ
ଜୀବନର ରସବୋଧ
କରିଥାଏ ଅଭିଭୂତ ॥୨॥