Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3.4  

Prasant Kumar Nath

Others

ନୂଆ କାହାଣୀ

ନୂଆ କାହାଣୀ

2 mins
14.6K


(ମଜାରେ ମଜାରେ ମଞ୍ଜି କଥା)

ଏଠି ଚନ୍ଦା ହେଉଛି ନଣ୍ଡା

ମିଳୁଛି ପ୍ଲାଷ୍ଟିକ ଅଣ୍ଡା

ଚିକେନ୍ ଖାଉଛି ପଣ୍ଡା

ମଦୁଆ ସାଜୁଛି ଭେଣ୍ଡା ।

ପ୍ରେମର ନାମରେ ଧରି ବୁଲୁଥାନ୍ତି

ପ୍ରେମିକ ଗଣ୍ଡାକୁ ଗଣ୍ଡା ।

ଏଠି ବିବେକକୁ ବନ୍ଧା ଦେଇ

ମାନ ମହତକୁ ଖାଇ

ବିଭୁତି ଟିକିଏ ପାଇ

ବାବାଙ୍କ ପଛରେ ବାଇ

ଛୁଆ ପିଲା ଯଦି ହେଉନି କାହାର

ଛାଡ଼ୁଛି ମଠରେ ନେଇ ।

ଏଠି ଶ୍ରାବଣେ ଫାଟୁଛି ଭୂଇଁ

ଗ୍ରୀଷିମେ ଫୁଟୁଛି କଇଁ

ବୈଶାଖରେ ଭରା ନଈ

ସ୍ୱାର୍ଥରେ ହୋଇଣ ବାଇ

କନ୍ୟା ଭ୍ରୁଣ ହତ୍ୟା ହେଉଥାଏ ନୀତି

ପୁତ୍ର ସନ୍ତାନଟେ ପାଇଁ ।

ଏଠି କାନ୍ଦୁଛି ନୀରିହ ନାରୀ

ଧର୍ଷଣ ରହିଛି ଜାରି

ଲୁହ ତା ପଡୁଛି ଝରି

କଳଙ୍କରେ ଯାଏ ମରି

ନାରୀଟିଏ ଆଜି ବାହାରି ପାରୁନି

ରାକ୍ଷସ ମାନଙ୍କୁ ଡରି ।

ଏଠି ଇଂଲିଶ ପଛରେ ବାଇ

ଫେଣ୍ଟା ଓଡ଼ିଆକୁ କହି

ନପଢି ଓଡ଼ିଆ ବହି

ଫରେନକୁ ଖାଲି ଧାଇଁ

ସଭା ସମିତିରେ ଭାଷଣ ଦିଅନ୍ତି

ଭାଷାର ସୁରକ୍ଷା ପାଇଁ ।

ଏଠି କଦଳୀ ଲାଗୁଛି ରାଗ

ଛାତରେ ହେଉଛି ଶାଗ

ଘଣ୍ଟାକେ ବଦଳେ ପାଗ

ନିରୀହ ଚରିତ୍ରେ ଦାଗ

ବ୍ୟଙ୍ଗର ଛଳରେ କହି ବୁଲୁଥାନ୍ତି

ଦ୍ଵିଅର୍ଥ ବୋଧକ ଢଗ ।

ଏଠି ପାଣିରେ ପଡୁଛି ସର

ସୀମାରେ ମରୁଛି ବୀର

ଛନ୍ଦ କପଟର ଖେଳ

ବଢି ଚାଲେ ବ୍ୟଭିଚାର

ବାପା ମାଆ ପାଖେ ବଡ଼ ହୋଇ ପୁଅ

ଝିଅକୁ ନେଇକି ପାର୍ ।

ଏଠି ବାହା ହେଲା ପରେ ପୁଅ

ମାଆର ଆଖିରେ ଲୁହ

ଯାହାବି କହିଲେ କୁହ

ବାସଇ ସ୍ତ୍ରୀର ଦେହ

ପାନରୁ ଚୂନ ଖସିଗଲେ କୁହେ

ବୃଦ୍ଧା ଶ୍ରମେ ଯାଇ ରୁହ ।

ଏଠି ସ୍ନେହ ପ୍ରେମ ସବୁ ମିଛ

ସମ୍ପର୍କ ହେଲାଣି ତୁଚ୍ଛ

ଭାବନାଟା ଅତି ନୀଚ

ମିଛ ବି ଆଇନା କାଚ

ପୂଜା ପରବରେ ଠାକୁର ଆଗରେ

ଚାଲେ ଲୁଙ୍ଗି ଟେକା ନାଚ ।

ଏଠି ଭୋଅଟ ଖଣ୍ଡିଏ ପାଇଁ

ନେତା ଆସୁଥାନ୍ତି ଧାଇଁ

ମଉସା ମାଉସୀ କହି

ଭୋଅଟ ନେବ ହାତେଇ

ତା ପାଖକୁ ତୁମେ ଧାଉଁଥିବ ପଛେ

ପାଦରୁ ଜୋତା ଛିଡେଇ ।

ଏଠି ମତଦାନ ଭାରି କଷ୍ଟ

ଟଙ୍କା ପଇସାରେ ସ୍ପଷ୍ଟ

ନିଜ ମତ କରି ନଷ୍ଟ

ଦୁଷ୍ଟ ସାଜୁଅଛି ଶ୍ରେଷ୍ଠ

ମଦ ମାଉଁସରେ ଏ ଯୁବ ସମାଜ

ହେଉଛନ୍ତି ପଥଭ୍ରଷ୍ଟ ।

ଏଠି ଶୁଣିବ ନୂଆ ଖବର

ପାଣିରେ ଭାସେ ପଥର

ବିଧବା ପିନ୍ଧେ ସିନ୍ଦୁର

ଦୁର୍ଗନ୍ଧ କରେ ଅତର

ସ୍ନୋ ପାଉଡର ମୁହଁରେ ବୋଳି କି

ସତୁରୀ ଭାବେ ସତର ।


Rate this content
Log in