ଜୀବନ ଗୀତା- ୧୧୬
ଜୀବନ ଗୀତା- ୧୧୬
1 min
6.4K
ଜୀବନ ଗୀତା- ୧୧୬
ଜୀବନର ଧୂସର ରୁକ୍ଷତା ଯେତେ
କରିଲେବି ପୃଥିବୀକୁ ଗ୍ରାସ
ସବୁଜିମା ରହିଛି ତଥାପି ବଞ୍ଚି
ସଂଖ୍ୟା ତାର ହୋଇଲେବି ହ୍ରାସ ॥୦॥
ନାନା ଅଘଟଣ ଅକଲ୍ୟାଣ ପରେ
ଜୀବନ ସତ୍ୟ ସୁନ୍ଦର
ବିଶ୍ୱାସ ଏବେବି ଆବୋରି ରହିଛି
ମାନବ ହୃଦ କନ୍ଦର
ନିଜପରେ ବିଶ୍ୱାସ ରହିଛି ବୋଲି
ଚାଲିଛି ସିନା ଶ୍ୱାସ ପ୍ରଶ୍ୱାସ ॥୧॥
ଭାବ ଅଭାବର ଜୀବନ ଚକ୍ରରେ
ପେଶିହେଉଛି ନିୟତ
ତଥାପି ନୟନ ଦେଖୁଅଛି ସ୍ୱପ୍ନ
ଖୋଲା ଥାଉକି ମୁଦ୍ରିତ
ଜୀବନର ସବୁଜ ବିପ୍ଳବ ପାଇଁ
ମନରେ ଅଛି ପୂରା ବିଶ୍ୱାସ ॥୨॥
ଜୀବନର ଧୂସର ରୁକ୍ଷତା ଯେତେ
କରିଲେବି ପୃଥିବୀକୁ ଗ୍ରାସ
ସବୁଜିମା ରହିଛି ତଥାପି ବଞ୍ଚି
ସଂଖ୍ୟା ତାର ହୋଇଲେବି ହ୍ରାସ ॥୦॥
ନାନା ଅଘଟଣ ଅକଲ୍ୟାଣ ପରେ
ଜୀବନ ସତ୍ୟ ସୁନ୍ଦର
ବିଶ୍ୱାସ ଏବେବି ଆବୋରି ରହିଛି
ମାନବ ହୃଦ କନ୍ଦର
ନିଜପରେ ବିଶ୍ୱାସ ରହିଛି ବୋଲି
ଚାଲିଛି ସିନା ଶ୍ୱାସ ପ୍ରଶ୍ୱାସ ॥୧॥
ଭାବ ଅଭାବର ଜୀବନ ଚକ୍ରରେ
ପେଶିହେଉଛି ନିୟତ
ତଥାପି ନୟନ ଦେଖୁଅଛି ସ୍ୱପ୍ନ
ଖୋଲା ଥାଉକି ମୁଦ୍ରିତ
ଜୀବନର ସବୁଜ ବିପ୍ଳବ ପାଇଁ
ମନରେ ଅଛି ପୂରା ବିଶ୍ୱାସ ॥୨॥