Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutlata Das

Others

3  

Bidyutlata Das

Others

ସୁପ୍ରଭାତ

ସୁପ୍ରଭାତ

1 min
665


କାକରଟୋପାର ଜୀବନକୁ ନେଇ

କର କେତେ ଅଭିମାନ

ଦି ଦିନର ଏହି ଦୁନିଆଁ ବୁକୁରେ

ନୁହେଁ କେହି ବଡ ସାନ ।

ଛୁଟି ଗଲେ ଘଟ ତୁଛା ଅଲୋଡା ଏ

ସାଇତା ସୁନ୍ଦର ଦେହ

ଆଜି କୁହ ଯାରେ ନିହାତି ନିଜର

କାଲି ଫେରାଇବ ମୁହଁ

ଅଛୁଆଁ ବୋଲି ରେ ଛୁଇଁବେନି କେହି

ମାଟିରେ ହୋଇବ ଲୀନ ।

ଆଖି ଯାହା ଦେଖେ ସବୁ ସତ ନୁହେଁ

ମିଛମୋହ ଭୋଜବାଜି

ପଲକେ ସଜାଡି ପଲକେ ଉଜାଡେ

ଆଗପଛେ ଥାଏ ସାଜି

ଅଦେଖା ହାତର ଲିଖନ ଲିଭାଏ

ସବୁ ମାନ ସନମାନ ।


Rate this content
Log in